ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ କୃଷି ବିଭାଗ ସହ ବୈଠକ

ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷଙ୍କ କୃଷି ବିଭାଗ ସହ ବୈଠକ

ଓଡିଶା

#ରାଜ୍ୟ_ଯୋଜନାବୋର୍ଡ_ଉପାଧ୍ୟକ୍ଷଙ୍କ_କୃଷି_ବିଭାଗ_ସହ_ବୈଠକ             ଭୁବନେଶ୍ୱର :   ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ  ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀ ଓ ଏହାର ପରବର୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ କୃଷି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସ୍ଥାନୀୟ କୃଷି ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପାରମ୍ପାରିକ କୃଷି, ଉଦ୍ୟାନ କୃଷି, ମିଲେଟ୍ ମିଶନ ଏବଂ ପ୍ରବାସରୁ ଆସିଥିବା ଶ୍ରମିକମାନଙ୍କୁ ମନରେଗା ମାଧ୍ୟମରେ କର୍ମନିଯୁକ୍ତି ସହିତ ବିପଣନ ବ୍ୟବସ୍ଥାକୁ କିଭଳି ଭାବରେ ସୁବ୍ୟବସ୍ଥିତ କରାଯାଇପାରିବ ଏବଂ ·ଷୀ ଅଭାବୀ ବିକ୍ରିର ଶିକାର ହେବ ନାହିଁ, ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରିବ ସେଥି ପାଇଁ ବଜାର ବ୍ୟବସ୍ଥା ଏବଂ ଖରିଫ୍ ·ଷ କାର୍ଯ୍ୟକ୍ରମ ବ୍ୟବସ୍ଥିତ କରିବା ଉପରେ କୃଷି ବିଭାଗ ଅଧିକ ଅନୁଶୀଳନ କରିବା ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ ଓ ଏନ୍.ସି.ଡି.ଏସ୍ ମଧ୍ୟ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟ ସଂପାଦନ କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ଶାସନ ସଚିବ ବନନୀ ମହାନ୍ତିଙ୍କୁ ନୋଡାଲ ଅଧିକାରୀ ନିୟୋଜିତ କରାଯାଇଛି ।କରୋନା ମହାମାରୀ ଓ ଏହାର ପରବର୍ତୀ ସମୟରେ କୃଷିକୁ ପ୍ରାଥମିକତା ଦେଇ କୃଷି ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ  ସୌରଭ ଗର୍ଗ ପ୍ରକାଶ କରିଥିଲେ । ଏଥି ସହିତ ଅଧିକ ଡଗ୍ୱେଲ୍ ଖନନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଓୟୁଏଟିର କୁଳପତି ଡ. ପବନ କୁମାର ଅଗ୍ରୱାଲ୍ ଛୋଟ ଛୋଟ ଶୀତଳ ଭଣ୍ଡାର କରି ପନିପରିବା ସଂରକ୍ଷଣଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ପାଇଁ ସୌରଶକ୍ତି ଉପଯୋଗ କରାଯାଇ ପାରିବ ବୋଲି ସେ ପ୍ରକାଶକରିଥିଲେ । କୁଳପତି ବର୍ତମାନ ସମୟରେ ଆହ୍ୱାନକୁ ମୁକାବିଲା କରିବା ପାଇଁ କୃଷିରେ ନୂଆ ପଦ୍ଧତି ପ୍ରଣାଳୀ ଏବଂ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ  ସୁରେଶ କୁମାର ବଶିଷ୍ଠ,କୃଷି ଓ ଖାଦ୍ୟ ଉତ୍ପାଦନ ଏବଂ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଡ. ଏମ୍. ମୁଥୁ କୁମାର, ଏନ୍.ସି.ଡି.ଏସ୍, ନିର୍ଦ୍ଦେଶକ ଶ୍ରୀଜିତ ମିଶ୍ର ଓ କୃଷି ବିଭାଗ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ