ରାଜ୍ୟ କରୋନା ଯୁଦ୍ଧକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦାନ

ରାଜ୍ୟ କରୋନା ଯୁଦ୍ଧକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦାନ

ଓଡିଶା ଜିଲ୍ଲା ପୁରୀ
#ରାଜ୍ୟ_କରୋନା_ଯୁଦ୍ଧକୁ_ଭିନ୍ନକ୍ଷମ_ବ୍ୟକ୍ତିଙ୍କ_ଦାନ         ପିପିଲି  ( ବିଜୟ କୁମାର ମହାପାତ୍ର )  ବିଶ୍ୱ ମହାମାରୀ କରୋନା କୁ ନେଇ ସାରା ଦେଶ ଓ ରାଜ୍ୟ ଚିନ୍ତିତ ରହିଥିବା ବେଳେ ପିପିଲି ନିକଟସ୍ଥ ସିଉଳା ଗ୍ରାମର ୭୫ ବର୍ଷିୟ ଭିନ୍ନକ୍ଷମ ବ୍ୟକ୍ତି ଚକ୍ରଧର ସ୍ୱାଇଁ କରୋନା ଯୁଦ୍ଧରେ ନିଜକୁ ସାମିଲି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିକୁ ସ୍ୱଳ୍ପ ସଂଚିତ ଅର୍ଥ ରୁ ପାଂଚଶହ ଟଙ୍କା ପ୍ରଦାନ କରିଛନ୍ତି ।ଏହି ସ୍ୱଳ୍ପ ସଂଚିତ ଅର୍ଥ ରିଲିଫ୍ ଫଣ୍ଡକୁ ଦାନ କରି ରାଜ୍ୟରେ କରୋନା ଲଢେଇ ଯୁଦ୍ଧରେ ସେତୁ ବନ୍ଧରେ ଗୁଣ୍ଡୁଚି ମୁଷା ବାଲି ଝାଡିବା ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଅବଦାନକୁ ଅଂଚଳରେ ଖୁବ ପ୍ରଶଂସା କରାଯାଇଛି ।