ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ

ଓଡିଶା ବଡ ଖବର

#ରାଜ୍ୟସଭା_ଆସନ_ପାଇଁ_ବିଜେଡିର_ପ୍ରାର୍ଥୀ_ଘୋଷଣା    ଭୁବନେଶ୍ୱର: ଖାଲି ପଡ଼ିଥିବା ରାଜ୍ୟର ୪ ରାଜ୍ୟସଭା ଆସନ ନିମନ୍ତେ  ବିଜୁ ଜନତା ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ତଥାକଥିତ ହେଭିୱେଟ୍ ନେତାମାନେ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରନ୍ତି ନାହିଁ। ଏପରିକି ଦଳରେ ପଦପଦବୀ ପାଇଁ ଲବି ଓ ଚାପ ନୁହେଁ ବରଂ ବିଜେଡି ରଣନୀତିକାରଙ୍କ ନିଷ୍ପତ୍ତି  କୁ ହିଁ ସର୍ବୋଚ୍ଚ ପ୍ରାଥମିକତା ମିଳେ। ପୁରୁଖା ତଥା ପ୍ରଭାବଶାଳୀ ନେତାମାନଙ୍କ ପରିବର୍ତ୍ତେ ଦଳ ଏବେ ନବାଗତ ତଥା ‘ହଁ ରେ ହଁ ’ ମିଶାଉଥିବା ନେତାଙ୍କୁ ଆଗକୁ ଆଣିବାକୁ ଚାହୁଁଛି। ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ବିଜେଡି ଏଭଳି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଅବଶ୍ୟ ଗଣମାଧ୍ୟମରେ ଚର୍ଚ୍ଚାରୁ ଦୂରରେ ଥିବା ରାଜନେତାଙ୍କୁ ନିଜର ପ୍ରାର୍ଥୀ କରି ବିଜେଡି ତଥାକଥିତ ଦଳୀୟ ହେଭିୱେଟ ନେତାମାନଙ୍କର ପତିଆରା ବୃଦ୍ଧିରେ ମଧ୍ୟ ଅଙ୍କୁଶ ଲଗାଇଛି। ଏସବୁ ବ୍ୟତୀତ ରାଜ୍ୟସଭା ନିର୍ବାଚନରେ ମହିଳା ଓ ଓବିସି କାର୍ଡକୁ ଦଳ ବିଶେଷ ଗୁରୁତ୍ୱ ଦେଇନଥିବାବେଳେ ଗତଥର ଭଳି ଏଥର ବି ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି।

ସେହିପରି ୨୦୧୪ ସାଧାରଣ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ବିଦେଶରେ ହାଇପ୍ରୋଫାଇଲ୍ ଚାକିରି ଛାଡ଼ି ବିଜେଡିର ନିର୍ବାଚନୀ ରଣନୀତିକାର ସାଜିଥିବା ଉଚ୍ଚଶିକ୍ଷିତ ଓଡ଼ିଆ ଯୁବକ ସୁଜିତ୍ କୁମାରଙ୍କୁ ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି। ହାଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ କରିଥିବା ସୁଜିତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରି ଦଳକୁ ୧୧୭ ଆସନରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳର ରଣନୀତି ପ୍ରସ୍ତୁତ ଏବଂ ବିଭିନ୍ନ ନୂଆ ନୂଆ ସରକାରୀ ଯୋଜନା ପ୍ରସ୍ତୁତ କରାଇ ବିଜେଡିକୁ ଲୋକଙ୍କ ନିକଟତର କରାଇଥିଲେ। ତେଣୁ ଏବେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ଥିବା ସୁଜିତଙ୍କୁ ଦଳ ରାଜ୍ୟସଭାରେ ସଠିକ୍ ଭାବେ ଉପଯୋଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ୨୦୧୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବାମଦଳ ଛାଡ଼ି ବିଜେଡିରେ ମିଶିଥିବା ଟ୍ରେଡ୍ ୟୁନିଅନ ନେତା ସୁବାସ ସିଂ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। କଟକରୁ ଟିକେଟ୍ ଆଶାୟୀ ଥିବା ସୁବାସ ଦଳର ଶ୍ରମିକ ଚେହେରା ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି।ଏହି ସମସ୍ତ ୪ଜଣ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଖାସ୍ କଥା ହେଉଛି ସେମାନେ ଦଳର କୌଣସି ନେତା ଅବା ଗୋଷ୍ଠୀଭୁକ୍ତ ନୁହଁନ୍ତି।

ଅନ୍ୟପକ୍ଷରେ ପରାଜିତ ହୋଇଥିବା ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ, ମହେଶ୍ୱର ମହାନ୍ତି, ରବି ଜେନା, କଳିକେଶ ସିଂହଦେଓ, ନଳିନୀ ପ୍ରଧାନ, ରବି ନନ୍ଦ, ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ମଙ୍ଗଳା କିଷାନ, ନଗେନ୍ଦ୍ର ପ୍ରଧାନ, ଅନଙ୍ଗ ଉଦୟ ସିଂହଦେଓ, ଦେବାଶୀଷ ନାୟକ, ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ହେଭିୱେଟ୍ ନେତାମାନଙ୍କୁ ବିଜେଡି ସମ୍ପୂର୍ଣ୍ଣ ଅଣଦେଖା କରିବାକୁ ପଛାଇ ନାହିଁ।