ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ଆଶ୍ବସ୍ତି : ରାଜ୍ୟର ୧୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଓଡିଶା ବଡ ଖବର

#ରାଜ୍ୟର_୧୦_କରୋନା_ଆକ୍ରାନ୍ତ_ସୁସ୍ଥ_ହେଲେ             ଭୁବନେଶ୍ୱର : କରୋନାକୁ ନେଇ ସମଗ୍ର  ବିଶ୍ବରେ ଆତଙ୍କର ବାତାବରଣ ଦେଖାଦେଇଥିବା ବେଳେ ଓଡ଼ିଶାରେ ଅନୁରୁପ ଭାବେ ପରିସ୍ଥିତି ଦେଖାଦେଇଛି । ଏଭଳି ଆତଙ୍କ ପରିସ୍ଥିତି ଭିତରେ ଓଡ଼ିଶା ପାଇଁ ଆସିଛି ଆଶ୍ବସ୍ତିର ଖବର । କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ବ୍ୟକ୍ତି ଆଜି ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂପୃକ୍ତ ବ୍ୟକ୍ତିମାନଙ୍କର ରକ୍ତ ନମୁନା ଆଜି ନେଗେଟିଭ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଭୁବନେଶ୍ଵରରୁ ୫ ଜଣ, ଭଦ୍ରକରୁ ୨ ଜଣ ହୋଇଥିବା ବେଳେ କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଥିବା  ଜଣାପଡିଛି । ପୂର୍ବରୁ ମଧ୍ୟ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୨ ଜଣ ବର୍ତ୍ତମାନସୁଦ୍ଧା ସୁସ୍ଥ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୩୫ ଜଣଙ୍କ ଚିକିତ୍ସା ଜାରି ରହିଛି ।ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।