#ରାଜ୍ୟର_ଋଣବୋଝ_୧.୧୩_ଲକ୍ଷ_କୋଟି_ଛୁଇଁବ

ରାଜ୍ୟର ଋଣବୋଝ ୧.୧୩ ଲକ୍ଷ କୋଟି ଛୁଇଁବ

ଓଡିଶା ବଡ ଖବର ବାଣିଜ୍ୟ

#ରାଜ୍ୟର_ଋଣବୋଝ_୧.୧୩_ଲକ୍ଷ_କୋଟି_ଛୁଇଁବ    ଭୁବନେଶ୍ୱର : ରାଜ୍ୟର ଋଣବୋଝ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କାକୁ ଛୁଇଁବ। ଯାହାକି ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୯%। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭାରତ ସରକାରଙ୍କଠୁ ୧୫୪୦କୋଟି ଟଙ୍କା, ଖୋଲାବଜାରରୁ ୧୭,୮୪୦କୋଟି ଟଙ୍କା, ଅନ୍ୟାନ୍ୟ ସୂତ୍ରରୁ ୫୦୭୦କୋଟି ଟଙ୍କା ଓ ଜିପିଏଫରୁ ୧ହଜାର କୋଟି ଟଙ୍କା ଋଣ ଆଣିବେ ବୋଲି ବଜେଟ ଦସ୍ତାବିଜରୁ ସୂଚନା ମିଳିଛି।

ସେହିପରି ରାଜ୍ୟ ସରକାର ୨୦୨୧-୨୨ ମସିହାରେ ୨୭୨୯୬ କୋଟି ଟଙ୍କା ଓ ୨୦୨୨-୨୩ ମସିହାରେ ମଧ୍ୟ ୩୦୪୨୦ କୋଟି ଟଙ୍କା ଋଣ ଆଣିବେ ବୋଲି ଏବେଠୁ ଆକଳନ କରି ରଖିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୨୨୭୯୧ କୋଟି ଟଙ୍କା ଋଣ କରିଛନ୍ତି।