ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ହାତରେ ବାଜିବ ଷ୍ଟାମ୍ପ

ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରବାସୀଙ୍କ ହାତରେ ବାଜିବ ଷ୍ଟାମ୍ପ

ଓଡିଶା ବଡ ଖବର

#ରାଜ୍ୟରେ_ପ୍ରବେଶ_ପୂର୍ବରୁ_ପ୍ରବାସୀଙ୍କ_ହାତରେ_ବାଜିବ_ଷ୍ଟାମ୍ପ                  ଭୁବନେଶ୍ୱର : ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ସେମାନେ ଓ୍ବେବସାଇଟ ଜରିଆରେ  ପଞ୍ଜୀକରଣ କରୁଛନ୍ତି। ଆସୁଥିବା ଲୋକେ ରାସ୍ତାରେ ବା ଟ୍ରେନ୍‌ରେ ଆସିପାରନ୍ତି। ରାସ୍ତାରେ ଆସୁଥିଲେ ସେଠାର ଜିଲ୍ଲା ଅଧିକାରୀଙ୍କ ପାସ୍‌ ନେବାକୁ ପଡ଼ିବ। ଏ ନେଇ ଭାରତର ସବୁ ଜିଲା ଅଧିକାରୀଙ୍କୁ ତତ୍ପରତା ଦେଖିଇବାକୁ କୁହାଯାଇଛି। ୧୧ଟି ଚେକ୍‌ ପଏଣ୍ଟରେ ରାସ୍ତା ଦ୍ୱାରା ଲୋକେ ଓଡ଼ିଶାକୁ ପ୍ରବେଶ କରିପାରିବେ। ସବୁ ଚେକ୍‌ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପ୍ରବାସୀ ଓଡ଼ିଆ ରଜ୍ୟକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା  କୋଭିଡ୍୧୯ ୱେବସାଇଟରେ ପଞ୍ଜୀକରଣ କରିବା ଜରୁରି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ପ୍ରଶାସନକୁ ସେଠାରୁ ଓଡ଼ିଶା ଆସିବା ଲାଗି ଅନୁମତି ଦେବା ପାଇଁ କହିଛନ୍ତି ।ସେମାନେ ପୂର୍ବରୁ ପଞ୍ଜିକରଣ ହୋଇଛି ନା ନାହିଁ ତାହା ଯାଞ୍ଚ କରିବେ। ଏଥିସହ ରାଜ୍ୟ ପକ୍ଷରୁ ସୀମାନ୍ତରେ ଖୋଲାଯାଇଥିବା କ୍ୟାମ୍ପ ଅଫିସରେ ପଞ୍ଜିକରଣର ତଥ୍ୟ ତନଖି କରାଯିବ।  ଯେଉଁମାନେ ଏହି କାମ କରି ନାହାନ୍ତି, ସେମାନେ ଫେରିବା ପୂର୍ବରୁ ନାମ ପଞ୍ଜିକରଣ କରି ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପ୍ରବାସୀ ଓଡ଼ିଆମାନେ ଉଭୟ ସଡକ ଓ ଟ୍ରେନରେ ଆସିପାରିବେ,ମାତ୍ର ଏଥିଲାଗି ପଞ୍ଜୀକରଣ ଏକାନ୍ତ ଆବଶ୍ୟକ।

 

ସୀମାନ୍ତ ଚେକ ପଏଣ୍ଟରେ ପହଞ୍ଚିବା ପରେ ଡାହାଣ ହାତରେ ଅଲିଭା କାଳି ଦ୍ୱାରା ଚିହ୍ନ ଦିଆଯିବ । ଏଥି ସହ ସେମାନେ କେଉଁଠିକୁ ଯିବେ ତାର ବିଷଦ ବିବରଣୀ ରହିବ । ଏହା କ୍ୱାରେଣ୍ଟାଇନ ଶେଷ ହେବା ପର୍ଯ୍ୟନ୍ତ ରହିବ । ଚେକ ପଏଣ୍ଟରୁ ଯିବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀ ସେମାନଙ୍କୁ  କରିବା ସହିତ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବେ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ  ପ୍ରବାସୀମାନଙ୍କର  କ୍ବାରେଣ୍ଟାଇନରେ  ରହିବା ପାଇଁ ବ୍ୟବସ୍ଥା କରିବେ ।