ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ରାଜ୍ୟରେ_ପଞ୍ଚମ_କରୋନା_ଆକ୍ରାନ୍ତ_ଚିହ୍ନଟ            ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରରେ ଆଉ ଜଣେ କରୋନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।   ଜଣେ ୬୦ ବର୍ଷ ବୟସ୍କଙ୍କ ନମୁନା ଏମ୍ସରେ ପରୀକ୍ଷଣ ପରେ ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି।

ସଂପୃକ୍ତ ବ୍ୟକ୍ତି ଭୁବନେଶ୍ୱରର ସୂର୍ଯ୍ୟନଗର ବାସିନ୍ଦା ବୋଲି ଏହି ଟ୍ୱିଟ୍‌ରୁ ଜଣାପଡ଼ିଛି। ଟ୍ୱିଟ୍‌ରେ କୁହାଯାଇଛି ଆକ୍ରାନ୍ତ ବ୍ୟକ୍ତି  ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ବର୍ତ୍ତମୀନ ସେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଏହା ପୂର୍ବରୁ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଭୁବନେଶ୍ୱର ଏମସ ରେ ଚିକିତ୍ସିତ ହେଉଥିଲେ  ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦ବର୍ଷ ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କର କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ପରୀକ୍ଷଣରୁ ଜଣାପଡିଛି ।