#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ 

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ     ଭୁବନେଶ୍ୱର  :  ରାଜ୍ୟରେ ଆଜି ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୩୯୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୨୪୬ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ୱର ଜିଲ୍ଲାରେ ୨୧ ଜଣ, ଭଦ୍ରକ ଜିଲ୍ଲାରେ ୭ , ବଲାଙ୍ଗୀର ଜିଲ୍ଲାରେ ୩, ବୌଦ୍ଧ ଜିଲ୍ଲାରେ ୨ ଜଣ, କଟକ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଜଗତସିଂହପୁର ଜିଲ୍ଲାରେ ଜଣେ, ଯାଜପୁର ଜିଲ୍ଲାରେ ୧୫ ଜଣ , କଳାହାଣ୍ଡି ଜିଲ୍ଲାରେ ୨, କେନ୍ଦ୍ରାପଡା ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୧୦ ଜଣ , ଖୋର୍ଧା ଜିଲ୍ଲାରେ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୪ ଜଣ, , ମାଲକାନଗିରି ଜିଲ୍ଲାରେ ୪, ମୟୁରଭଂଜ ଜିଲ୍ଲାରେ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରେ ୪, ନୟାଗଡ ଜିଲ୍ଲାରେ ୧୬, ନୂଆପଡା ଜିଲ୍ଲାରେ ୯, ପୁରୀ ଜିଲ୍ଲାରେ ୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ଜଣେ , ସମ୍ବଲପୁର ଜିଲ୍ଲାରେ ୪ ଜଣ ତଥା ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩,୬୧,୯୨୦ ଟି ନମୁନା କୋଭିଡ୍ -୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୧୫,୩୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦,୮୭୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୭୯ ଜଣ କୋଭିଡ୍ -୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪,୪୧୨ ରହିଛି । ୪,୮୧୩ ଜଣ ହସ୍ପିଟାଲ୍ ଆଇସୋଲେସନ୍ ରେ ରହିଛନ୍ତି ।