ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

ଓଡିଶା ବଡ ଖବର

#ରାଜ୍ୟରେ_ଆଉ_ଦୁଇ_ମୁଣ୍ଡ_ନେଲା_କରୋନା      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନେ ଉଭୟ ଗଂଜାମ ଜିଲ୍ଲାର ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୫୧ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ମୋରବିଡ ଓବେସିଟି ରୋଗରେ ପୀଡ଼ିତ ଥିଲେ । ଏହାଛଡ଼ା ଗଂଜାମ ଜିଲ୍ଲାର ଅନ୍ୟ ଜଣେ ୩୪ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେ ହାଇପର ଟେନସନରେ ପୀଡିତ ଥିଲେ ବୋଲି ସୂଚନା ଦିଆ ଯାଇଛି ।