ରାଜପଥରେ ବୁଲିଲା ଗଜରାଜ

ରାଜପଥରେ ବୁଲିଲା ଗଜରାଜ

ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର ରାଜ୍ୟ

#ରାଜପଥରେ_ବୁଲିଲା_ଗଜରାଜ    ଭବାନୀପାଟଣା  : ( ରଜନୀ କାନ୍ତ ମୁନୀ )କଳାହାଣ୍ଡି ଜିଲ୍ଲା କରଳା ପାଟ ଅଭୟାରଣ୍ୟ ରାସ୍ତାରେ ଆଜି ଏକ ଗଜରାଜ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଲେ। ଉକ୍ତ ସମୟରେ ରାଜପଥରେ ଯାଉଥିବା ସରକାରୀ ବସ୍‌ ଦୁଇ ଘଣ୍ଟା ଅଟକି ରହିଲା ।

ସକାଳେ ଥୁଆମୂଳ ରାମପୁରରୁ ଏକ ସରକାରୀ ବସ୍‌ ଭାଵନୀପାଟଣା ଅଭିମୁଖେ ଯାଉଥିଲା। ଉକ୍ତ ବସ୍‌ରେ ୪୦ରୁ ଉର୍ଦ୍ଧ୍ୱ  ଯାତ୍ରୀ  ଥିଲେ। ମାତ୍ର ରାଜପଥରେ ହାତୀ ବୁଲୁଥିବା ଦେଖି ଡ୍ରାଇଭର ଆଗକୁ ଗାଡ଼ି ଗଡ଼ାଇବାକୁ ସାହସ କରିପାରି ନ ଥିଲେ। ଫଳରେ ବସ୍‌ଟି ଦୁଇ ଘଣ୍ଟାରୁ ଅଧିକ ସମୟ ରାଜପଥରେ ଅଟକି ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତି ଦିନ ସନ୍ଧ୍ୟାରେ ଉକ୍ତ ରାସ୍ତାରେ ହାତୀ ଚଳପ୍ରଚଳ କରିବା ସେମାନେ ଦେଖିଥାନ୍ତି । କିନ୍ତୁ ଦିନ ବେଳେ  ହାତୀର ଅବାଧ ବିଚରଣ ଦେଖି ଯାତ୍ରୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପରେ ହାତୀଟି ଆପେ ଆପେ ଜଙ୍ଗଲକୁ ଚାଲିଯିବା ପରେ ବସ୍‌ଟି ଆଗକୁ ଗଡ଼ିଲା ।