ରମଜାନ୍ ପାଳନ ନେଇ ମୈାଲବୀ ଓ ମୁରବୀ ମାନଙ୍କ ସହ ପୋଲିସ ପ୍ରଶାସନର ଆଲୋଚନା

ରମଜାନ୍ ପାଳନ ନେଇ ମୈାଲବୀ ଓ ମୁରବୀ ମାନଙ୍କ ସହ ପୋଲିସ ପ୍ରଶାସନର ଆଲୋଚନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ରମଜାନ୍_ପାଳନକ_ନେଇ_ମୈାଲବୀ_ଓ_ମୁରବୀ_ମାନଙ୍କ_ସହ_ଆଲୋଚନା           କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁସଲିମ ସଂପ୍ରଦାୟର ସାହି ମୁରବୀ ଓ ମୈାଲବୀ ମାନଙ୍କ ସହ ବୁଧବାର ଆଲୋଚନା କରାଯାଇଛି । ଆସନ୍ତା ୨୪ ତାରିଖ ଠାରୁ ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଥିବାରୁ କରୋନା ଲକଡାଉନ କଟକଣା ଓ ସାମାଜିକ ଦୂରତା ପାଳନ ପାଇଁ ରାଜ୍ୟ ସରକାର ଜାରି କରିଥିବା ନୂତନ ଗାଇଡ ଲାଇନ ବିଷୟରେ ଆଲୋଚନା କରାଯାଇଥିଲା । ବୁଧବାର
ପୂର୍ବାହ୍ନରେ ପୁରୁଣା ବସଷ୍ଟାଣ୍ଡ ଟାଉନ ଫାଣ୍ଡି ସାମ୍ନାରେ ଏକତ୍ରିତ ହୋଇଥିବା ମୈାଲବୀ ଓ ସାହି ମୁରବୀ ମାନଙ୍କ ସହିତ କେନ୍ଦ୍ରାପଡା ଏସଡିପିଓ ରାଜିବ ଲୋଚନ ପଣ୍ଡା, ଡିଏସପି କାର୍ତିକ ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ ପ୍ରମୁଖ ପୋଲିସ ଅଧିକାରୀ ମାନେ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ ।
ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମୁରବୀ ମାନଙ୍କୁ ନିବେଦନ କରିଥିଲେ । ଏହି ଆଲୋଚନା ସମୟରେ କେନ୍ଦ୍ରାପଡା ଜାମା ମସଜିଦ୍ ର ଇମାମ ମୈାଲାନା ଆଜମତୁଲ୍ଲା ହସମତି, ରଣପଡା ମସଜିଦ୍ ର ଇମାମ ମହମ୍ମଦ ରିହାନଙ୍କ ସହିତ ସମସ୍ତ ମସଜିତର ଇମାମ ଓ ଗାଁର ମୁରବୀ ମାନେ ଉପସ୍ଥିତ ଥିଲେ ।