ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ

ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ

ଓଡିଶା ମହାନଗର

#ରଥଯାତ୍ରା_ବନ୍ଦ_ନେଇ_ସୁପ୍ରିମକୋର୍ଟଙ୍କ_ରାୟ_ସ୍ୱାଗତଯୋଗ୍ୟ            ଭୁବନେଶ୍ୱର  : ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି କରୋନା ସଂକ୍ରମଣ ଜନିତ ସଂକଟ ସମୟରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସ୍ୱାଗତଯୋଗ୍ୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତର ଏହି ରାୟକୁ ସମ୍ମାନ ଜଣାଇ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏହି ପତ୍ରରେ ସୁପ୍ରିମକୋର୍ଟର ରାୟକୁ ସ୍ୱାଗତ ଜଣାଇବା ସହିତ ରାଜ୍ୟ ସରକାର ଏହି ରାୟ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ ପାଇଁ ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେଉଁମାନେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି, ସେମାନେ ବୋଧେ କରୋନା ସଂକ୍ରମଣ ଜନିତ ସଂକଟକୁ ଭୁଲିଯାଇଛନ୍ତି । ସମଗ୍ର ବିଶ୍ୱର ୨୧୩ଟି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପାଖାପାଖି ୧ କୋଟି ଲୋକ ଏଥିରେ ଆକ୍ରାନ୍ତ ହେଲେଣି । ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଗାମୀ ଦୁଇ ରୁ ଚାରି ସପ୍ତାହ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାକୁ ଆଖି ଆଗରେ ରଖି କୋର୍ଟ ରଥଯାତ୍ରା ବନ୍ଦ କରିବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି, ତାହାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରାଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି ।