ଯାଜପୁର ଜିଲ୍ଲାରେ ୧୧ କରୋନା ଆକ୍ରାନ୍ତ ସୁସ୍ଥ

ଯାଜପୁର ଜିଲ୍ଲାରେ ୧୧ କରୋନା ଆକ୍ରାନ୍ତ ସୁସ୍ଥ

ଓଡିଶା ଜିଲ୍ଲା ଯାଜପୁର

#ଯାଜପୁର_ଜିଲ୍ଲାରେ_୧୧_କରୋନା_ଆକ୍ରାନ୍ତ_ସୁସ୍ଥ            ଯାଜପୁର  : (ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାରେ ଆଜି ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୨୮୦ରେ ପହଂଚିଛି ।
ସୁସ୍ଥ ହୋଇଥିବା ଏହି ୧୧ ଜଣ ମଧ୍ୟରେ ଦଶରଥପୁର ବ୍ଲକର ୫ ଜଣ, ଧର୍ମଶାଳା ବ୍ଲକ୍ ର ତିନି ଜଣ, କୋରେଇ ବ୍ଲକ୍ ର ତିନି ଜଣ । ଜିଲ୍ଲାରେ ମୋଟ୍ ୩୨୬ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୨୮୦ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ରହିଛି ।