ଯାଜପୁର ଜିଲ୍ଲାରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ

ଯାଜପୁର ଜିଲ୍ଲାରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଯାଜପୁର_ଜିଲ୍ଲାରେ_ପୁଣି_୪_କରୋନା_ପଜିଟିଭ୍_ଚିହ୍ନଟ           ଯାଜପୁର : ( ବିଶ୍ବଜିତ ରଣା )     ଯାଜପୁର ଜିଲ୍ଲାରେ ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ।
ଏନେଇ ଅଧିକ ସୂଚନା ଦେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଚିହ୍ନଟ ହୋଇଥିବା ୪ ଜଣ କୌଣସି ନୂଆ କେସ୍ ନୁହେଁ, ସେମାନେ ପୂର୍ବ ଆକ୍ରାନ୍ତଙ୍କ ପରିବାର ସଦସ୍ୟ । ବାସୁଦେପୁର ପଚାଂୟତର ୩ ଜଣ ଓ ବିରଜାପୁର ପଚାଂୟତର ଜଣେ । ୪ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଯୁବକ ରହିଛନ୍ତି । ଆକ୍ରାନ୍ତ ଯୁବକଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତିନି ମହିଳାଙ୍କ ବୟସ ଯଥାକ୍ରମେ ୪୮, ୭୦ ଏବଂ ୮୦ ବର୍ଷ । ସେମାନଙ୍କ ଗାଁକୁ ଆଗରୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଜାରୀ ରହିଛି । ରକ୍ତ ନମୂନା ସଂଗ୍ରହ କରାଯିବା ସହିତ ସେସବୁକୁ ପରୀକ୍ଷା ପାଇଁ ପଠାଯାଉଛି । ଆକଳନ ଅନୁଯାୟୀ, ୨୯ ତାରିଖ ୩୦ ତାରିଖ ପରେ ପ୍ରାୟ ୭୦୦ ଲୋକ ଜିଲ୍ଲାକୁ ଆସିଛନ୍ତି । ପଶ୍ଚିମବଙ୍ଗ ବିଶେଷ କରି କୋଲକାତାରୁ ୬ ଶହରୁ ୭୦୦ ଲୋକ ଆସିଛନ୍ତି । ସରପଚଂଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ ସରିଛି । ସେମାନେ ହୋମ୍ କ୍ୱାରେଂଟାଇନରେ ଥିଲେ ବି ଠକିଛନ୍ତି । ଏହାକୁ ଠିକ୍ ଭାବେ ପାଳନ କରିନାହାଁନ୍ତି । ଏବେ ସେମାନଙ୍କୁ ସରକାରୀ କ୍ୱାରେଂଟାଇନରେ ରଖାଯାଇଛି । ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି ।