ଯାଜପୁରରେ ସର୍ବଭାରତୀୟ ସୁନ୍ନୀ ଇଜତେମା ଆରମ୍ଭ

ଯାଜପୁରରେ ସର୍ବଭାରତୀୟ ସୁନ୍ନୀ ଇଜତେମା ଆରମ୍ଭ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଯାଜପୁରରେ_ସର୍ବଭାରତୀୟ_ସୁନ୍ନୀ_ଇଜତେମା_ଆରମ୍ଭ  ଯାଜପୁର :(ବିଶ୍ବଜିତ ରଣା) ଯାଜପୁର ସହରସ୍ଥ ବୈତରଣୀ ନଦୀତଟ ବାଳାଶ୍ରମ ପଡ଼ିଆଠାରେ ଦୁଇଦିନବ୍ୟାପୀ ସର୍ବଭାରତୀୟ ସୁନ୍ନୀ ଇଜତେମା ତହଫୁଜ-ଏ-ଇମାନ୍ କନଫରେନ୍ସ ଆରମ୍ଭ ହୋଇଛି । ଅଲ୍ ଇଣ୍ଡିଆ ତବଲିଗ୍-ଏ-ସିରତ, ଯାଜପୁର ଶାଖା ଦ୍ୱାରା ଆୟୋଜିତ ଏହି ସର୍ବଧର୍ମ ସମନ୍ୱୟର ପ୍ରତୀକ ପବିତ୍ର କାର୍ଯ୍ୟକ୍ରମ ଉଦ୍ଘାଟନୀ ଦିବସରେ ଅତିଥିଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଇଜତେମା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ଉପାଧ୍ୟକ୍ଷ ପ୍ରାଧ୍ୟାପକ ବଟକୃଷ୍ଣ ମହାପାତ୍ର, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ପବିତ୍ର ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ ପୁରୀରୁ ମୌଲାନା ସମିରୁଦ୍ଦିନ ଚତୁର୍ବେଦୀ ଓ ଗୟା ବିହାରରୁ ମୌଲାନା ଆଲ୍ଲାଉଦ୍ଦିନ୍ ଚତୁର୍ବେଦୀ ପ୍ରମୁଖ ଯୋଗଦେଇ ମହାପୁରୁଷ ହଜରତ ମହମ୍ମଦଙ୍କ ବାଣୀ ସମ୍ପର୍କରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଏଥିସହ ଅନ୍ୟ ବହୁ ବିଦ୍ୱାନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଲ୍ ଇଣ୍ଡିଆ ତବଲିଗ-ଏ-ସିରତ, ଯାଜପୁର ଶାଖାର ମିଡ଼ିଆ ସେଲ ଆବାହକ ସେକ୍ ସାହାଜୁଦ୍ଦିନ୍, ଉପଦେଷ୍ଟା କମିଟିର ସେକ୍ ଅବଦୁଲ ସାଜିଦ(ଚାନ୍ଦ), ସେକ୍ ମୁର୍ତୁଜା, ସେକ୍ ଜୁଲଫୁକର, ସେକ୍ ରମଜାନ, ସେକ୍ କାଦିର, ସେକ୍ ନୁର, ସେକ୍ ଇକବାଲ ଓ ସେକ୍ ୱାଜିଦଙ୍କ ସହ ବହୁ ଉଦ୍ୟମୀ ଯୁବକ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ମୁସଲିମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଅନ୍ୟ ଧର୍ମର ବହୁ ଶୁଭେଚ୍ଛୁ ଯୋଗଦେଇଥିଲେ ।