ଯାଜପୁରରେ ନକଲି ନୋଟ୍ ରାକେଟ: ୪ଲକ୍ଷ ୭୭ହଜାରର ଜାଲି ନୋଟ୍

ଓଡିଶା ଅପରାଧ ଜିଲ୍ଲା ବଡ ଖବର ଯାଜପୁର

#ଯାଜପୁରରେ_ ନକଲି_ ନୋଟ୍_ ରାକେଟ_୪ଲକ୍ଷ_ ୭୭_ହଜାରର_ ଜାଲି_ ନୋଟ୍   ଯାଜପୁର :  ( ବିଶ୍ବଜିତ ରଣା ) ଯାଜପୁର ରୋଡ ପୋଲିସ ଦ୍ବାରା ଏକ ନକଲି ନୋଟ କାରବାର ରାକେଟ ଠାବ ହୋଇଛି । ଚଢାଉ କରି ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଲର ପ୍ରିଣ୍ଟର, ୨ଟି ବାଇକ, ୩ଟି ମୋବାଇଲ ଫୋନ ସହିତ ୪ଲକ୍ଷ ୭୭ହଜାର ଟଙ୍କା ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ନକଲି ନୋଟ୍ ଚୋରା କାରବାର ରାକେଟ୍ ଠାବ କରାଯାଇଛି। ବେଶ କିଛି ହେଲେ ଯାଜପୁର ଜିଲ୍ଲାରେ ଜାଲ୍ ନୋଟ ରାକେଟ୍ ସକ୍ରିୟ ହେବାରେ ଲାଗିଥିଲା। ପୋଲିସ ଜାଲ ନୋଟ୍ ଛପା ହେଉଥିବା ଏକ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ନୋଟ ଜବତ କରିଛି। ୪ଲକ୍ଷ ୭୭ହଜାର ଟଙ୍କାର ଜାଲ ନୋଟ ଜବତ କରାଯାଇଛି। ଏହାସହ ନୋଟ ଚଫାରେ ବ୍ୟବହୃତ କଲର ପ୍ରିଣ୍ଟର, ୨ଟି ବାଇକ, ୩ଟି ମୋବାଇଲ ଫୋନ ସହିତ ଜବତସହ୬ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ପୋଲିସ ।

ଜବତ ହୋଇଥିବା ଟଙ୍କା ମଧ୍ୟରୁ ୧୦୦ଟଙ୍କିଆରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଚନ୍ଦନ ବଳ, ବିପିନ ସେଠୀ, ମନୋଜ ଦାସ, ତପନ ଜେନା, ମାୟାଧର ପାତ୍ର ଓ ଅଜୟ ସାହୁ । ଏନେଇ ଯାଜପୁର ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି।