ଯାଜପୁରରେ ଧାନ ସଂଗ୍ରହ ସମୀକ୍ଷା ବୈଠକ

ଯାଜପୁରରେ ଧାନ ସଂଗ୍ରହ ସମୀକ୍ଷା ବୈଠକ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଯାଜପୁରରେ_ଧାନ_ସଂଗ୍ରହ_ସମୀକ୍ଷା_ବୈଠକ   ଯାଜପୁର : (ବିଶ୍ବଜିତ ରଣା) ଜିଲ୍ଲାରେ ଧାନ କିଣାକୁ ସୁନିୟନ୍ତ୍ରିତ କରିବା ସହ ଯେପରି ଅଭାବି ବିକ୍ରୀ ନହୁଏ ସେଥିପାଇଁ ପ୍ରତ୍ୟେକ ସମ୍ୱେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣିନାୟକ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳ୍ାରେ ଧାନ ସଂଗ୍ରହର ଅଗ୍ରଗତି ଓସମସ୍ୟା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତଜିଲ୍ଲାପାଳ ଶ୍ରୀ ନାୟକ ପୂର୍ବରୁ ଏକାଧିକ ବାର ବୈଠକ ସବିଚ୍ଥି ଓ ଆଲୋଚନା ହୋଇ ଧାନ କ୍ରୟର
ନିୟମାବଳୀ ପ୍ରଣୟନ ହୋଇଚ୍ଥି ବୋଲି କହିଥିଲେ । ସରକାର ଧାନ ସଂଗ୍ରହ ସମୟରେ କି କି ବ୍ୟବସ୍ଥା ଗ୍ରହଣକରାଯିବ ଓ କେଉଁ ବିଭାଗର କି ପ୍ରକାର କାର୍ଯ୍ୟ କରିବା ଉଚିତ ତାହାର ଗାଇଡଲାଇନ ପ୍ରଦାନକରିଚ୍ଥନ୍ତି । ଏହାକୁ ନିଷ୍ଠାର ସହ ଉତ୍ତରଦାୟୀ ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ସରକାର ଜିଲ୍ଲା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଧାନବିକ୍ରୟ ପାଇଁ ଚାଷୀ ମାନଙ୍କ ଠାରୁ ଦାବି ଆସୁଥିବାରୁ ଏହାକୁ ସରକାରଙ୍କୁ ଅବଗତ କରାଇ ଅତିରିକ୍ତ
ଲକ୍ଷ୍ୟ ଧାର୍ଯ୍ୟ ପାଇଁ ଅନୁରୋଧ ପତ୍ର ଲେଖିବାକୁ ଯୋଗାଣ ବିଭାଗକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରାଅଭାବୀ ବିକ୍ରିକୁ ପ୍ରତିହତ ସହ ଚାଷୀ ମଧ୍ୟ ଉପକୃତ ହୋଇପାରିବ ବୋଲି ସେ କହିଥିଲେ ।ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ମିଲର ମାନେ ଠିକ୍ ସମୟରେ ମଣ୍ଡି ମାନଙ୍କରୁ ଧାନ ଊଠାଇବା ଯେତିକି ଜରୁରୀ ଅନ୍ୟାନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସେମାନଙ୍କ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କରିବାସେତିକି ଜରୁରୀ । ତେଣୁ ଧାନ ସଂଗ୍ରହ ସମୟରେ ଯୋଗାଣ କର୍ମଚାରୀ, ପ୍ୟାକର କର୍ମଚାରୀ ଓ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ ପାଇଁ ସେ ପରାମର୍ଶ ଦେଇଥିଲେ ।ସର୍ବସମ୍ମତି କ୍ରମେ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟକୁ ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସ୍ଥିର ହେବା ସହ ମିଲର ମାନେ ଠିକ୍ ସମୟରେ ଧାନ ସଂଗ୍ରହ କରିବାକୁ ସ୍ଥିର ହେଲା ।

ଚାଷୀ ମାନଙ୍କର କୈାଣସି ସମସ୍ୟା
ଯେପରି ନ ରହେ ଯୋଗାଣ ବିଭାଗ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗ ସେଥିପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ୧୩୬ ଗୋଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ୟାକ୍ସ ୧୨୦ ଟିରେ ଓ ସ୍ୱୟଂ ସହାୟକ ଗୋଷ୍ଠୀ ୧୬ ଟି ଧାନ ସଂଗ୍ରହ ଦାୟିତ୍ୱ ନେଇଥନ୍ତି ।
ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୧୦୮୨୯୩୦ କ୍ୱିଣ୍ଟାଲ ଧାନ ମଧ୍ୟରୁ ୮୫୫୭୪୦.୯୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏହି ବୈଠକରେ ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ, ଏ.ଆର.ସି.ଏସ୍. ଶରତ ମଲ୍ଳିକ , ନିୟନ୍ତ୍ରିତ ବଜାର କମିଟି ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଅନ୍ୟାନ୍ୟ ମାର୍କେଟିଂ ଇନିସ୍ପେକ୍ଟର, ମିଲର ଓ ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।