ଯାଜପୁରରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ

ଯାଜପୁରରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଯାଜପୁରରେ_ଜୀବନ_ସୋଲାର_ପଏଣ୍ଟ_ଉଦଘାଟିତ   ଯାଜପୁର : (ବିଶ୍ବଜିତ ରଣା) ଅସରନ୍ତି ଶକ୍ତି ଉତ୍ସବ ଉପଯୁକ୍ତ ବିନିଯୋଗ ପାଇଁ ଆଜିର ଆବଶ୍ୟକତା ସୌରଶକ୍ତି । ଏଣୁ ବର୍ତ୍ତମାନର ସମୟରେ ସବୁକ୍ଷେତ୍ରରେ ସୌରଶକ୍ତିର ସୁବିନିଯୋଗ ଉପରେ ରାଜ୍ୟ ତଥା ଦେଶରେ ଗୁରୁତ୍ୱ ଦିଆଯାଉଛି । ସୌରଶକ୍ତି ଦ୍ୱାରା ପରିଚାଳିତ ଉପକରଣ ପ୍ରତି ଲୋକମାନଙ୍କର ଚାହିଦାକୁ ଲକ୍ଷ୍ୟରଖି ଯାଜପୁର ସହରସ୍ଥ ଯୋଡ଼ିକୂଅ ଛକଠାରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ ହୋଇଯାଇଛି ।

ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ କର୍ଣ୍ଣାଟ କେଶରୀ ଦାସଙ୍କ ଦ୍ୱାରା ଉଦଘାଟିତ ଏହି ସୋଲାର ପଏଣ୍ଟ ଦ୍ୱାରା ଯାଜପୁର ସହର ତଥା ଜିଲ୍ଲାର ଜନସାଧାରଣ ସୌରଶକ୍ତି ଦ୍ୱାରା ସେମାନଙ୍କ ଘରର ଆଲୋକିକରଣ ସହିତ ବିଦ୍ୟୁତ୍ ଚାହିଦା ମେଣ୍ଟାଇ ପାରିବେ । ସୌରଶକ୍ତି ଦ୍ୱାରା ଘରର ଫ୍ୟାନ୍, ଲାଇଟ୍, ଫ୍ରିଜ୍, ଟି.ଭି. ଏ.ସି. ସହ ପ୍ରାୟ ସମସ୍ତ ସରଞ୍ଜାମକୁ ଚଳାଇ ପାରିବେ । UTL ସୋଲାର କମ୍ପାନୀର ଯାଜପୁର ଜିଲ୍ଲାପାଇଁ ‘ଜୀବନ ସୋଲାର ପଏଣ୍ଟ’ ପ୍ରାଧିକୃତ ହୋଇଥିବା ଏହାର ପ୍ରୋପ୍ରାଇଟର ବାମନ ଚରଣ ସାହୁ ପ୍ରକାଶ କରିଛନ୍ତି । ଏହି ସୋଲାର ପଏଣ୍ଟ ସ୍ଥାପନ ଦ୍ୱାରା ଯାଜପୁର ସହର ତଥା ଜିଲ୍ଲାର ବହୁ ଜନସାଧାରଣ ସୌରଶକ୍ତି ବ୍ୟବହାର କରି ଉପକୃତ ହୋଇପାରିବେ । ଏହି ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ସଙ୍ଗଠକ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ସହ ଯାଜପୁର ସହରର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ଲୋକ ଯୋଗଦେଇଥିଲେ ।