ଯାଜପୁରରେ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ପାଳିତ

ଯାଜପୁରରେ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ପାଳିତ

ଓଡିଶା ଜିଲ୍ଲା ଯାଜପୁର

#ଜିଲ୍ଲାସ୍ତରୀୟ_ପଞ୍ଚାୟତରାଜ_ଦିବସ_ପାଳିତ     ଯାଜପୁର (ବିଶ୍ବଜିତ ରଣା) ଯାଜପୁର ଜିଲାସ୍ତରୀୟ ପଂଚାୟତରାଜ ଦିବସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ପଂଚାୟତରାଜ, ପାନୀୟଜଳ ବିଭାଗ, ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମାରୋହକୁ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଉଦ୍ଘାଟନ କରିବା ସହିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ଜିଲା ପଂଚାୟତ ଅଧିକାରୀ ଅଶୋକ ସେଠୀ, ଅତିରିକ୍ତ ଏସ୍ପି ଭବାନୀକାନ୍ତ ପଟନାୟକ, ଯାଜପୁର ବିଡ଼ିଓ ସୈାରଭ ଚକ୍ରବର୍ତି, ନିର୍ବାହୀଯନ୍ତ୍ରୀ ଅଭୟ କୁମାର ପରିଜା ପ୍ରମୁଖ ଯୋଗ ଦେଇ ପଂଚାୟତରାଜ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବିଶଦ ଆଲୋଚନା କରିବା ସହିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱକୁ ବିକାଶ ମୁଖି ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳା ମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କରାଯାଇଛି ବୋଲି ପ୍ରକାଶ । ଲୋକମାନଙ୍କ ହାତରେ ସରକାର ଓ ୫ଟି ଉପରେ ଗୁରୁତ୍ୱାରୋପ କରି ଆମ ରାଜ୍ୟକୁ ଏକ ସମ୍ବୃଦ୍ଦ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ସମସ୍ତେ ଐତିହ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଜିଲାର ୧୦ଟି ବ୍ଲକର ୧୭୨ଟି ପଂଚାୟତରେ ମହାସଂଘ ଗଠନ କରାଯାଇ ମହିଳା ମାନଙ୍କ ଆର୍ଥୀକ ଅଭିବୃଦ୍ଧି ନିମନ୍ତେ ୨୦ହଜାର ସ୍ୱୟଂସାହାୟକ ଗୋଷ୍ଠି ଗଠନ କରାଯାଇ ୧୩୫କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ୨୦ବର୍ଷ ତଳେ ରାଜ୍ୟର ଯେଉଁ ସ୍ଥିତି ଥିଲା ତାହା ସମ୍ପ୍ରତି ପରିବର୍ତନ ଘଟିଛି । ମହିଳା ମାନଙ୍କୁ ସ୍ୱାବଲମ୍ବିଶୀଳ କରିବା ସହିତ ସଶକ୍ତ୍ରିକରଣ କରାଯାଇପାରିଛି ବୋଲି ସୂଚନା ଦେଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପକ୍ର ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ସ୍ୱୟଂ ସହାୟକ ଗୋଷ୍ଟି, ଅଙ୍ଗନୱାଡ଼ି କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିôଲେ ।