ଯାଜପୁରରେ ଗୋଟିଏ ଦିନରେ ୧୭ କରୋନା ଆକ୍ରାନ୍ତ , ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩୬ ଛୁଇଁଲା

ଯାଜପୁରରେ ଗୋଟିଏ ଦିନରେ ୧୭ କରୋନା ଆକ୍ରାନ୍ତ , ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩୬ ଛୁଇଁଲା

ଓଡିଶା ବଡ ଖବର

#ଯାଜପୁରରେ_ଗୋଟିଏ_ଦିନରେ_୧୭_କରୋନା-ଆକ୍ରାନ୍ତ         ଭୁୁବନେଶ୍ୱର  :   ଯାଜପୁରରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ସକାଳେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢି ଯାଇଛି ।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରାଇ କୁହାଯାଇଛି ଯେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ପୁତ୍ର , ୩ ବର୍ଷର ଶିଶୁ କନ୍ୟା ସମେତ ୭ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି । ପୁରୁଷ ମାନଙ୍କର ବୟସ ଯଥାକ୍ରମେ ୨୯. ୩୮.୩୫, ୨୯ , ୩, ୩୪ , ୧୨ ଓ ୬୨ ବର୍ଷ । ସେହିପରି ମହିଳାମାନଙ୍କର ବୟସ ଯଥାକ୍ରମେ ୮୫ , ୪୦ , ୨୦ , ୩ , ୩୬ ଓ ୫୨ ।
ସେହିପରି ସକାଳେ ଚିହ୍ନଟ ହୋଇଥିବା ତିନି ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୧୮ ବର୍ଷୀୟା ମହିଳା ହୋଇଥିବା ବେଳେ ଜଣେ ୫୬ ବର୍ଷୀୟ ପୁରୁଷ । ଏମାନେ ଜିଲ୍ଲାର କଟିକଟା କଂଟେନମେଂଟ ଅଂଚଳର । ପୂର୍ବବର୍ତୀ ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସି ଏମାନେ ସଂକ୍ରମିତ ହୋଇଥିବା ଜଣା ପଡିଛି । ଏହା ବାଦ ଆଉ ଜଣେ ୬୫ ବର୍ଷୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେ ପଶ୍ଚିମ ବଙ୍ଗ ଫେରନ୍ତା ଓ ହୋମ କ୍ୱାରେଂଟାଇନରେ ଥିଲେ । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବିଭାଗ ପକ୍ଷରୁ କୁହା ଯାଇଛି ।
ବିଭାଗୀୟ ସଚିବ ସଂଜୟ ସିଂହଙ୍କ ସୂଚନା ଅନୁଯାୟୀ ସମସ୍ତ ଆକ୍ରାନ୍ତ କଟିକଟା ଅଂଚଳର । ଉକ୍ତ ଅଂଚଳରୁ ପୂର୍ବରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ । ପର ଉକ୍ତ ଅଂଚଳକୁ କେଂଟନମେଂଟ ଅଂଚଳ ଘୋଷଣା କରାଯାଇଥିଲା । କେଂଟନମେଂଟ ସମୟରେ ଉକ୍ତ ଅଂଚଳରୁ ୨୦୦ ନମୂନା ସଂଗ୍ରହ କରାଯାଇଥିଲା । ସେଥିରୁ ୧୪ ଟି ନମୂନା ପଜିଟିଭ୍ ରହିଛି । ସେଠାରୁ ଆହୁରି ଅଧିକ ନମୂନା ସଂଗ୍ରହ କରାଯିବ ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି । ସେହିପରି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୨ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ୩୯ ଜଣ ସୁସ୍ଥ ହୋଇଛନ୍ତି ।