ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ସାତଶଂଖ ସାପ୍ତାହିକ ହାଟ

ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ସାତଶଂଖ ସାପ୍ତାହିକ ହାଟ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ମେଳଣ_ପଡିଆକୁ_ସ୍ଥାନାନ୍ତରିତ_ହେବ_ସାତଶଂଖ_ସାପ୍ତାହିକ_ହାଟ    ଡେଲାଙ୍ଗ ( ବିଜୟ କୁମାର ମହାପାତ୍ର ) ଶନିବାର ଓ ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଥିବା ସାତଶଂଖ ବଜାର ର ସାପ୍ତାହିକ ହାଟକୁ ମେଳଣ ପଡିଆକୁ ସ୍ଥାନାନ୍ତରିତ ହେବ ବୋଲି ପିପିଲି ତହସିଲଦାର ସୂଚନା ପ୍ରଦାନ କରିଛନ୍ତି ।ମହାମାରୀ କରୋନା ଭାଇରସ ସଂକ୍ରମିତ ରୁ ରକ୍ଷା କରିବା ହାଟରେ ଜନଗହଳୀ ଲାଗି ରହିଥିବାରୁ ସାମାଜିକ ଦୂରତା ବଜାୟ କୁ ନଜରକରି  ମଙ୍ଗଳବାର ଠାରୁ ମେଳଣ ପଡିଆକୁ ହାଟ ସ୍ଥାନାନ୍ତରିତ ହେବ  । ଏନେଇ ଅପରାହ୍ନରେ ପିପିଲି ତହସିଲଦାର ସପନ କୁମାର ନନ୍ଦ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ,ସ୍ଥାନୀୟ ସରପଞ୍ଚ , ବଜାର କମିଟି ସଦସ୍ୟମାନେ ମେଳଣ ପଡିଆର କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି ।ଲକ ଡାଉନ ନମାନି ସାତଶଂଖ ବଜାରରେ ପାନ ଦୋକାନ ଖୋଲି ଜନ ଗହଳି କରୁଥିବାରୁ ଜଗମୋହନ ମଣ୍ଡଳ ଓ ପିପିଲି ଏନ୍ ଏସ ଅଂଚଳରେ ରାସ୍ତା ଅବରୋଧ କରି ମାଜିଷ୍ଟ୍ରେଟ ଓ ପୁଲିସ ଙ୍କୁ ବାଟ ଛାଡି ନଥିବା ଘଟଣାରେ ସୁରେନ୍ଦ୍ର ପଣ୍ଡାଙ୍କୁ ପିପିଲି ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ଶ୍ରୀପୃଷ୍ଟି ଙ୍କ ଠାରୁ ପ୍ରକାଶ ।