ମୁଗ ବିରି ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ବୈଠକ

ମୁଗ ବିରି ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ବୈଠକ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ମୁଗ_ବିରି_ମଣ୍ଡି_ଖୋଲିବା_ପାଇଁ_ପ୍ରସ୍ତୁତି_ବୈଠକ         ପିପିଲି : ( ବିଜୟ କୁମାର ମହାପାତ୍ର ) ଚାଷୀ ଉପରେ ସଦାବେଳେ ଚଡକ ପଡୁଥିବା ବେଳେ ଚାଷୀ ନାହିଁ ନଥିବା ହଇରାଣରେ ପଡୁଛି । କୋରନା ପାଇଁ ଚାଷି ମାନଙ୍କୁ ହଇରାଣ ହେବାକୁ ପଡିବନି ବୋଲି ସରକାର ଚିନ୍ତା କରିଛନ୍ତି । ଠିକ୍ ଏ କୋରନା ସମୟରେ ଅମଳ କରିଥିବା ରବି ଫସଲକୁ ସରକାର ଉଚିତ ମୁଲ୍ୟରେ ମଣ୍ଡି ମାଧ୍ୟମରେ ନେବା ପାଇଁ କୃଷି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ସରକାର ସବୁବେଳେ ଚାଷୀମାନଙ୍କ ସହିତ ଅଛିନ୍ତି ଆଜି ପିପିଲି ଆତ୍ମା କାର୍ଯ୍ୟାଳୟ ଠାରେ ମୁଗ ବିରି ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ବୈଠକରେ ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ କହିଛନ୍ତି । ଆତ୍ମାର ଅଧ୍ୟକ୍ଷ ଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ ଯୋଗଦେଇ ପିପିଲି ବ୍ଳକର ଦୁଇଟି ପଂଚାୟତ ଯଥା-୧. ତେଇଶିପୁର ସେବା ସମବାୟ ସମିତି ଓ ୨. ଭାରତୀପୁର ପଂଚାୟତର ସୁଆବରାଇ ସେବା ସମବାୟ ସମିତି ଠାରେ ମୁଗ ବିରି ମଣ୍ଡି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି କରାଯାଇଛି । ଏନେଇ ପିପିଲି ବ୍ଲକ ର ସମୁଦାୟ ୨୫ଟି ପଂଚାୟତ ଓ ପିପିଲି ପୈାରାଚଂଳ ର ଚାଷୀମାନେ ରହିଥିବା ବେଳେ ଏହି କରୋନା ସମୟରେ ଚାଷୀମାନେ ସାମାଜିକ ଦୁରତା ବଜାୟ ରଖି ମଣ୍ଡିରେ ସାମଗ୍ରୀ ଦେଇପାରିବ ବୈଠକରେ ଗୁରୁତ୍ୱ ଦିଆଯାଇଛି । ତେଇଶିପୁର ସେବା ସମବାୟ ସମିତି ଅଧିନରେ ୧୧ଟି ପଂଚାୟତ ଯଥା- ତେଇଶିପୁର ,ସହଜପୁର,ଯଶୁଆପୁର,ବୀରପୁରଷୋତ୍ତମପୁର,ରଥପୁରୁଷୋତ୍ତମପୁର,ସରସ୍ୱତୀପୁର,ରୁପଦେଇପୁର,ଚନ୍ଦ୍ରାଦେଇପୁର,ମଙ୍ଗଳପୁର,ଦୃର୍ଗାଦାଶପୁର,କୂଳଶେଖରପାଟଣାର ପଂଚାୟତର ଚାଷୀମାନେ ମୁଗ ବିରି ଏହି ମଣ୍ଡିରେ ଦେଇପାରିବେ । ସେହୀପରୀ ଭାରତୀପୁର ପଂଚାୟତ ଅଧିନସ୍ଥ ସୁଆବରାଇ ସେବା ସମବାୟ ସମିତି ରେ ପିପିଲି ପୈାରାଚଂଳ ସହିତ ଅନ୍ୟ ୧୪ଟି ପଂଚାୟତର ଚାଷୀମାନେ ସେମାନଙ୍କର ଅମଳ କରିଥିବା ମୁଗ ବିରି କୁ ଏହି ସମବାୟ ଅଧିନ ମଣ୍ଡିରେ ବିକ୍ରି କରିପାରିବେ ବୋଲି ସହକାରୀ କୃଷି ଅଧିକାରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ଚାଷୀମାନେ ମୁଗ ବିରି ଦେବା ପାଇଁ ତେଇଶିପୁର ଓ ସୁଆବରାଇ ସମବାୟ ସମିତି ଓ କୃଷିକାର୍ଯ୍ୟାଳୟ ପିପିଲି ଠାରେ ପ୍ରଥମେ ନାମପଞ୍ଜିକରଣ କରିବେ । ତେବେ ମୁଗ କୁଇଣ୍ଟାଲ ପିଛା ୭୦୫୦ଟଙ୍କା ଓ ବିରି କୁଇଣ୍ଟାଲ ପିଛା ୫୭୦୦ଟଙ୍କା ସରକାରୀ ମୁଲ୍ୟ ଧାର୍ଯ୍ୟ ରହିଛି । ଗୋଟିଏ ଚାଷୀ ଏକର ଜମି ପିଛା ୩କୁଇଣ୍ଟାଲ ଏବଂ ୮ଏକର ଜମି ପିଛା ୨୫ କୁଇଣ୍ଟାଲ ମୁଗ, ବିରି ମଣ୍ଡିରେ ବିକ୍ରି କରିପାରିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଉପସ୍ଥିତ କୃଷକସାଥି ମାନଙ୍କୁ ହ୍ୱାଟସପ ଗୃପ ମାଧ୍ୟମରେ ଚାଷୀମାନଙ୍କୁ ଖବର ଦେବା ପାଇଁ ଅଧିକାରୀ ଶ୍ରୀ ରାଉତ୍ କହିଥିଲେ । ଏହି ବୈଠକରେ ସମବାୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ରନାଥ ଦାଶ , ପିପିଲି ମଣ୍ଡଳ ବୈଷୟିକ ପରିଚାଳକ ଉମାକାନ୍ତ ଦଳେଇ, ଆଇନଜୀବୀ ଶ୍ରୀଧର ପ୍ରଧାନ ସହ ପିପିଲି ବ୍ଲକର ସମବାୟ ସଂପାଦକ, ଗ୍ରାମ କୃଷି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।