ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଗୋଟିଏ ଅଟୋରେ ୧୭ ଯାତ୍ରୀ

ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଗୋଟିଏ ଅଟୋରେ ୧୭ ଯାତ୍ରୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#ମାସ୍କ_ନାହିଁକି_ସାମାଜିକ_ଦୂରତା_ନାହିଁ,_ଗୋଟିଏ_ଅଟୋରେ_୧୭_ଯାତ୍ରୀ          କେନ୍ଦ୍ରାପଡା  :  ରାଜ୍ୟ ସରକାରଙ୍କ ଠାରୁ ଅରମ୍ଭ କରି ଜିଲ୍ଲା ପ୍ରଶାସନ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ଉପରେ ଏହା କୈାଣସି ପ୍ରବାହ ପକାଉନଥିବା ଦେଖା ଦେଇଛି । ଗୋଟିଏ ଅଟୋରେ ୧୭ଜଣ ଲଦା ହୋଇ ଯିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୧ନଂ ୱାର୍ଡର ଜନଜାତି ବସ୍ତିର ଶ୍ରମିକ ମାନେ ଏକ ୩ ଚକିଆ ଡାଲା ଅଟୋ ରେ ୧୭ଜଣ ଖୁନ୍ଦାଖୁନ୍ଦି ହୋଇ ଯାଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ମୁହଁରେ ମାସ୍କ ନଥିବା ବେଳେ ପରଷ୍ପରକୁ ଧରି ଡାଲାରେ ଛିଡା ହୋଇ ଯିବା ସାଧାରଣରେ କୈାତୁହଳ ସୃଷ୍ଟି କରିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ସରକାର କଟକଣାକୁ କୋହଳ କରୁଥିବା ବେଳେ ଅଳ୍ପ କେତେଜଣଙ୍କ ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା ବିଭ୍ରାଟ ହେଉଥିବା ଚିନ୍ତାର କାରଣ ହୋଇଛି ।