ମାନବିକତା କଣ ଏହି କୁନି ଝିଅ ଠାରୁ ଶିଖିବା କଥା

ମାନବିକତା କଣ ଏହି କୁନି ଝିଅ ଠାରୁ ଶିଖିବା କଥା

ଓଡିଶା ଜିଲ୍ଲା ରାୟଗଡା
#ମାନବିକତା_କଣ_ଏହି_କୁନି_ଝିଅ-ଠାରୁ_ଶିଖିବା_କଥା       ରାୟଗଡା (ଗୁରୁ ପ୍ରସାଦ ସାହୁ)  ସାରା ପୃଥିବୀ କରୋନା ପରି ଭୟାନକ ରୋଗ ଠାରୁ କିପରି ନିଜକୁ ଦୂରରେ ରଖିପାରିବ ସେଥି ପାଇଁ ଚିନ୍ତିତ ହୋଇ ରହିଛନ୍ତି। ଭାରତ ବର୍ଷର ସମସ୍ତ ରାଜ୍ୟ ଲକ ଡାଉନ କରି ସମସ୍ତ ଭାରତ ବାସୀ ବାହାରକୁ ନ ବାହାରି ଘରେ ତାଲା ବନ୍ଦ କରି ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି ।  ବର୍ତ୍ତମାନ ସ୍ଥିତିରେ ଓଡିଶାର ଅର୍ଥନୀତି ନିମ୍ନ ଆଡକୁ କ୍ଷିପ୍ର ଗତିରେ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକ ରିଲିଫ ଫଣ୍ଡ ତିଆରି କରି ରାଜ୍ୟ ବାସୀଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି। ଏହି ସମୟରେ ଆମ ରାଜ୍ୟରେ ଥିବା ଉଚ୍ଚ ଓ ଧନୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ  ରିଲିଫ ଫଣ୍ଡ କୁ ସହାୟତା ପ୍ରଦାନ କରୁଛନ୍ତି। କିଛି ସହୃଦୟ ବ୍ୟକ୍ତି ମଧ୍ୟ ଦାନ କରି ଆସୁଥିବା ଦେଖିବକୁ ମିଳିଛି। ଆଜି ରାୟଗଡା ସହରର ଏକ କୁନି ଝିଅ ଏପରି ଭଲ କାର୍ଯ୍ୟ କରିଛି। ସେ ଆଜି ଜିଲ୍ଲାର କୋଣ ଅନୁକୋଣରେ ଚର୍ଚ୍ଚାର ବିନ୍ଦୁ ପାଲଟିଛି।   ରାୟଗଡ଼ା ର  କୁନି ଝିଅ ହର୍ଷିତା ପଟନାୟକ ସ୍କୁଲ କୁ ଯିବା ବେଳେ ବାପା ମା ଦେଇଥିବା ପକେଟ ଖର୍ଚ୍ଚରୁ ବଳକା କରି ଏକ ସରାଗତରେ କିଛି ଅର୍ଥ ସଞ୍ଚୟ ଦୀର୍ଘ ଦିନରୁ କରି ଆସୁଥିଲା  ଆଉ କିଛି ଦିନ ପରେ ରଖିଥିବା ପୁଞ୍ଜିରେ ଏକ ଦୁଇ ଚକିଆ ଗିଅର ସାଇକେଲ କିଣିବା ପାଇଁ। କିନ୍ତୁ ସେ  ଏପରି  ମୁହୂର୍ତ୍ତ ରେ  ଗଛିତ ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ  ସ୍ଥିର କରିଥିଲା। ସରଗତ କୁ ଭାଙ୍ଗି ସଞ୍ଚିତ ୪୧୯୧  ଟଙ୍କା କୁ  ରାୟଗଡା ଜିଲାପାଳ  ପ୍ରମୋଦ କୁମାର ବେହେରା ଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀ  ରିଲିଫ ଫଣ୍ଡ କୁ ହର୍ଷିତା  ଦେଇଛନ୍ତି । ମାନବିକତା କଣ ଏହି ଝିଅ ହିଁ ଜ୍ୱଳନ୍ତ ଉଦାହରଣ ।