ଯାଜପୁର ମାତୃସଦନରେ ଶ୍ରୀମାଙ୍କ ଜୟନ୍ତୀ ପାଳିତ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ମାତୃସଦନରେ_ଶ୍ରୀମାଙ୍କ_ଜୟନ୍ତୀ_ପାଳିତ  ଯାଜପୁର : (ବିଶ୍ବଜିତ ରଣା) ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ନରଣପୁରସ୍ଥ ମାତୃସଦନରେ ଜଗତ୍ଜନନୀ ଶ୍ରୀମା ଙ୍କର ପବିତ୍ର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ସକାଳ ୯.୪୫ମି. ରେ ଶ୍ରୀ ଅରବିନ୍ଦଙ୍କ ସମାଧିରେ ଧୂପ ପୁଷ୍ପ ପ୍ରଦାନ ପରେ ସମୂହ ଧ୍ୟାନ ଅନୁଷ୍ଠିତ ହୋଇଥିଲା । ଏହାପରେ ଦିବା ୧୧ ଘଟିକାରେ ଶ୍ରୀମା ଙ୍କର ଜୀବନାଦର୍ଶ ଉପରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହେବାପରେ ମଧ୍ୟାହ୍ନରେ ସମୂହ ପ୍ରସାଦ ସେବନ କରାଯାଇଥିଲା । ଶ୍ରୀମା ଙ୍କର ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଗତ ୧୮ ତାରିଖଠାରୁ ଶ୍ରୀ ଅରବିନ୍ଦଙ୍କ “ସାବିତ୍ରୀ” ପଠନ କାର୍ଯ୍ୟକ୍ରମ ଚାଲୁରହିଥିଲା । ମା’ଙ୍କର ଏହି ଜୟନ୍ତୀ ଉତ୍ସବକୁ ସର୍ବୋପରି ବରିଷ୍ଠ ସଭ୍ୟ ରାଘବ ବିଶ୍ୱାଳ, କହ୍ନେଇ ଚରଣ ପୃଷ୍ଟି, ଆନନ୍ଦ ମହାନ୍ତି, ନାରାୟଣ ସେନାପତି, ଖଗେଶ୍ୱର ବେହେରା, କାମେଶ୍ୱର ପଣ୍ଡାଙ୍କ ସହ ମାତୃସଦନର ଅପା ଓ ଭାଇମାନେ ପରିଚାଳନା କରିଥିଲେ ।