ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ମାଡ_ଖାଇ_କେସ୍_ନେଲେ_ଅଙ୍ଗନୱାଡି_କର୍ମୀ              କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା, ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ ହେବାପରେ ଅଭିଯୁକ୍ତ ଜଣକ ଆଗତୁରା ଥାନାରେ ଏତଲା ଦେବାରୁ ସଂପୃକ୍ତ ଅଙ୍ଗନୱାଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣା ପଡିଛି । ଘଟଡଣାରୁ ପ୍ରକାଶ ଯେ, ଡେରାବିଶ ବ୍ଲକ ବିଭୂତିପଡା ସେକ୍ଟରର ଗୁଡୁ,ଗୁଡି(ମିନି) ଅଙ୍ଗନୱାଡି କେନ୍ଦ୍ରରେ ଗୀତାଞ୍ଜଳୀ ପ୍ରଧାନ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ଗତ ୫ ତାରିଖ ଦିନ କରୋନା ସଂପର୍କିତ କମିଟିର ସଭା କରିବାକୁ ଯାଉଥିବା ସମୟରେ ସ୍ଥାନୀୟ ଅଂଚଳର ୪ଜଣ ବ୍ୟକ୍ତି ତାଙ୍କୁ ଅସମ୍ମାନିତ କରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ । ଅଙ୍ଗନୱାଡି କର୍ମୀ ଜଣକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆକ୍ରମଣକାରୀ ମାନେ ପ୍ରଥମେ ଥାନାକୁ ଯାଇ ଅଙ୍ଗନୱାଡି କର୍ମୀଙ୍କ ବିରୁଧରେ ଅଭିଯୋଗ କରିଥିଲେ । ପୋଲିସ ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳୀଙ୍କ ବିରୁଧରେ କେସ୍ ନଂ-୧୨୦/୨୦ ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ବେଳେ ଗୀତାଞ୍ଜଳୀଙ୍କ ପକ୍ଷରୁ ଅନ୍ୟ ଏକ ଏତଲା ଦିଆଯିବା ପରେ ଡେରାବିଶ ଥାନା ପୋଲିସ କେସ୍ ନଂ.-୧୨୧/୨୦ ରେ ଏକ ମାମଲା ରୁଜୁ କରି ଉଭୟ ଘଟଣାର ତଦନ୍ତ କରୁଛି । ଏନେଇ ଅଙ୍ଗନୱାଡି କର୍ମୀ ଜଣକ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି ।