ମହିଳା ସଶକ୍ତଣରେ ଉତ୍କଳ ଆଲୁମିନାର ପଦକ୍ଷେପ

ମହିଳା ସଶକ୍ତକରଣରେ ଉତ୍କଳ ଆଲୁମିନାର ପଦକ୍ଷେପ

ଓଡିଶା ଜିଲ୍ଲା ରାୟଗଡା

#ମହିଳା_ସଶକ୍ତକରଣରେ_ଉତ୍କଳ_ଆଲୁମିନାର_ପଦକ୍ଷେପ                        କାଶୀପୁର ( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ମହିଳା ସଶକ୍ତ କରଣରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍େଷପ ଗ୍ରହଣ କରଛି।  ଉତ୍କଳ ଆଲୁମିନା ବହୁ ବର୍ଷ ପୂର୍ବେ ଯେତେ ବେଳେ ଓଡିଶାର ରାୟଗଡା ଜିଲ୍ଲାର ଅପହଞ୍ଚି  କାଶୀପୁର ବ୍ଲକରେ ଆଦିତ୍ୟ  ବିର୍ଲା ଗ୍ରୁପ୍ ଏକ ଆଲୁମିନା ରିଫାଇନାରି ସ୍ଥାପନ କରିବାକୁ ଯାଉଥିଲା ତାହା ଦେଶର ଅନ୍ୟତମ ଅନୁନ୍ନତ ଆଦିବାସୀ ଅଞ୍ଚଳ ଭାବେପରିଗଣିତ ଥିଲା ମାତ୍ର ଆଦିତ୍ୟ ବିର୍ଲା ଗ୍ରୁପ୍ ର ପ୍ରମୁଖ କମ୍ପାନୀ ହିଣ୍ଡାଲକୋ ର ସମ୍ପୂର୍ଣ୍ଣ ସହଯୋଗ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ ର ପ୍ରତିବଦ୍ଧତା ଯୋଗୁ  ବର୍ତ୍ତମାନ ଯେ କେହି କାଶୀପୁର ବ୍ଲକରେ ହୋଇଥିବା ନାଟକୀୟ ପରିବର୍ତ୍ତନ କୁ ଦେଖି ପାରିବେ ।

ଉତ୍କଳ ଆଲୁମିନା ଆଗମନ ଦ୍ଵାରା କେବଳ ରାୟଗଡା ସମୃଦ୍ଧ ହୋଇ ନାହିଁ ବରଂ ଏହାର ଆଦିବାସୀ ମାନେ ମଧ୍ୟ  ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଛନ୍ତି ।  ଉତ୍କଳ ଆଲୁମିନାର  ରାଜଶ୍ରୀ ବିର୍ଲାଙ୍କ ନେତୃତ୍ବାଧୀନ ଆଦିତ୍ଯ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ ଓ ୟୁଏଆଇଏଲ୍ ର ୟୁନିଟ୍ ମୁଖ୍ୟ  ଏନ୍ ନାଗେଶ୍ ଓ ଏଚ୍ ଆର୍ ମୁଖ୍ୟ  ଟି ମୀନା ପ୍ରକାଶଙ୍କ ପକ୍ଷରୁ ନିଯୁକ୍ତି ସୃଷ୍ଟି ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ଓ ଗ୍ରାମୀଣ ବିକାଶ ଭଳି କ୍ଷେତ୍ରରେ ସାମଗ୍ରୀକ କଲ୍ୟାଣ ମୂଳକ କାର୍ଯ୍ୟ କର୍ମ ଆରମ୍ଭ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ଅନ୍ୟତମ ସବୁଠୁ ପ୍ରମୂଖ କାର୍ଯ୍ୟକ୍ରମ ରାୟଗଡାରେ ଓ ଏହା ଆଖପାଖ ଅଞ୍ଚଳରେ ମହିଳା ଶସକ୍ତି କରଣକୁ ନେଇ ଆରମ୍ଭ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ହେଉଛି ଆଦିବାସୀ ମହିଳା ଓ ବାଳିକାଙ୍କ ଅର୍ଥନୀତିକ ବିକାଶ ପାଇଁ କମ୍ପାନୀ ପକ୍ଷରୁ ଏହାର ସିଏସ୍ ଆର୍ କାର୍ଯ୍ୟକଳାପ ଅଧିନରେ ଦୁଇଟି ସଫଳ ପ୍ରକଳ୍ପ ସକ୍ଷମ ଓ କୌଶଲ୍ ଆରମ୍ଭ କରାଯାଇଥିଲା । ସିଲାଇ ଏବଂ ବସ୍ତ୍ର ପ୍ରସ୍ତୁତି ପ୍ରଶିକ୍ଷଣ ଜରିଆରେ ଗ୍ରାମୀଣ ବାଳିକା ଓ ମହିଳାଙ୍କ ଦକ୍ଷତାକୁ ଶାଣିତ କରିବାଲାଗି ସକ୍ଷମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ।

ବର୍ତ୍ତମାନ ପାରିପାର୍ଶ୍ବିକ ୮ ଟି ଗ୍ରାମର ୩୦ ଜଣ ମହିଳା ଟିକିରି ଠାରେ ଥିବା ବସ୍ତ୍ର ଉତ୍ପାଦନ ୟୁନିଟରେ ନିୟୋଜିତ ହୋଇଛନ୍ତି ବର୍ତ୍ତମାନ ଏହାର କବିଡ ୧୯ ବିଶ୍ୱ ମହାମାରୀ ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉପରେ ନିରନ୍ତର ଉଦ୍ୟମ କରି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଥିବା ଆଦିତ୍ଯ ବିର୍ଲା ଗ୍ରୁପ୍ ର ୟୁନିଟ୍ ୟୁଏଆଇଏଲ୍ ପକ୍ଷରୁ ଏହା ଉପସ୍ଥିତ ଥିବା ଉଭୟ ଜିଲ୍ଲାରେ ଏହାର ସମସ୍ତ ଅଶିଂଦାରଙ୍କୁ ୧ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରିଛି। ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ବଣ୍ଟନ ପାଇଁ ୬୦୦୦୦ ମାସ୍କ ମଗାଇବାଲାଗି ବରାଦ କରାଯାଇଛି ।ସମାଜର ସେବା କରିବା ସହିତ ବିକଳ୍ପ ଆୟ ଉସ୍ଥ ପାଇଁ ଏକ ସୁଯୋଗ ପ୍ରଦାନ କରିଛି। ସେହିପରି କୌଶଲ୍ଯା ପ୍ରକଳ୍ପ ଜରିଆରେ ସିଲେଇ ଓ ଚାନ୍ଦୁଆ ତିଆରି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବର୍ତ୍ତମାନ ସୁଦ୍ଧା ପାରିପାର୍ଶ୍ବିକ ୭ ଟି ଗ୍ରାମର ୧୦୧ ଆଦିବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ୩୦ ଜଣଙ୍କୁ ପ୍ରଶିକ୍ଷଣ ଚାଲିଛି ନିଜର ସଂସ୍ଥା ଆରମ୍ଭ କରିବାଲାଗି ୪ ଟି ଗ୍ରାମର ୨୪ ଜଣ ଯୁବତୀଙ୍କୁ ଚାନ୍ଦୁଆ  ଉପରେ ପ୍ରଶିକ୍ଷଣ ଦିଆଯାଉଛି।