କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର

ମହାନଦୀର ଅଥଳ ଜଳରାଶିରେ ୫ ଶହ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର

ଓଡିଶା ଜିଲ୍ଲା ନୟାଗଡ଼ ବଡ ଖବର

#ଦୃଶ୍ୟମାନ_ହେଲା_ମନ୍ଦିରର_ଚୂଡ଼ା_ଓ_ଅଁଳା_ବେଢ଼ା               ନୟାଗଡ଼    :  ( ଶ୍ରୀକାନ୍ତ କୁମାର ରାଉତ ) ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ମହାନଦୀର ଅଥଳ ଜଳରାଶିରେ ପ୍ରାଚୀନ ମନ୍ଦିର ଦୃଶ୍ୟମାନ ହୋଇଛି । ଏହି ମନ୍ଦିରଟି ୫ ଶହ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର ବୋଲି ଜଣାପଡିଛି । ମନ୍ଦିରଟି ଗତ ୧୧ ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା । ଏବେ ପୁଣି ଗତ ୪ ଦିନ ହେବ ମନ୍ଦିରର ଚୂଡ଼ା ଓ ଅଁଳା ବେଢ଼ା ଦେଖିବାକୁ ମିଳିଛି । ସାଧାରଣତଃ ମନ୍ଦିରର ଅଁଳା ବେଢ଼ାର ଚର୍ତୁପାର୍ଶ୍ୱ ସମାନ ରହିଥାଏ । ହେଲେ ଏହି ମନ୍ଦିରର ଅଁଳା ବେଢ଼ାର ପୂର୍ବ ଭାଗ ଦୃଶ୍ୟମାନ ହେଉଥିବା ବେଳେ ପଶ୍ଚିମ ଭାଗ ସମ୍ପୂର୍ଣ୍ଣ ବୁଡ଼ି ରହିଛି । ଫଳରେ ମନ୍ଦିରଟି ପାଣିର ସୁଅ କିମ୍ବା ବନ୍ୟା ସମୟରେ ପ୍ରଖର ଜଳ ସ୍ରୋତରେ ଢ଼ଳି ଯାଇଥିବା ଅନୁମାନ କରାଯାଉଛି । ଅଂଳା ବେଢ଼ାରେ ସୁନ୍ଦର କାରୁ କାର୍ଯ୍ୟ ଦେଖିବାକୁ ମିଳିଛି ।