ମରି ବି ଅମର ରାଜଲକ୍ଷ୍ମୀ, ତୃତୀୟ ସଫଳ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ

ମରି ବି ଅମର ରାଜଲକ୍ଷ୍ମୀ, ତୃତୀୟ ସଫଳ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ

ଓଡିଶା ବଡ ଖବର ମହାନଗର

#ମରି_ବି_ଅମର_ରାଜଲକ୍ଷ୍ମୀ    ଭୁବନେଶ୍ବର  : ରାଜ୍ୟରେ ତୃତୀୟ ଥର ପାଇଁ କିଡନୀ କାଡଭାରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ । ବୁଧବାର ଏକ ଘରୋଇ ହସ୍ପିଟାଲରେ ବ୍ରେନ ଡେଡ୍ ହେଲା ପରେ ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସଙ୍କ କିଡନୀ ଦାନ କରିଥିଲେ ପରିବାର ଲୋକ । ରାଜଲକ୍ଷ୍ମୀଙ୍କ ଦୁଇଟି କିଡିନ୍‌ କଟକ ଏସସିବିରେ ଚିକିତ୍ସିତ ଦୁଇ ରୋଗୀଙ୍କୁ ଦାନ କରାଯାଇଛି । ସେପଟେ ପୁରୀ ସ୍ବର୍ଗ ଦ୍ବାରରେ ରାଜଲକ୍ଷ୍ମୀଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ସେ ଆଉ ଦୁନିଆରେ ନାହାନ୍ତି ସତ । କିନ୍ତୁ ଶରୀର ତ୍ୟାଗ ପୂର୍ବରୁ ଦଧିଚୀ ଋଷିଙ୍କ ଭଳି ଉଦାହରଣ ସୃଷ୍ଟି କରି ଅମର ହୋଇଯାଇଛନ୍ତି ରାଜଲକ୍ଷ୍ମୀ ଦାସ । ଦୁଇ କିଡିନୀ ଦାନ କରି ଦୁଇ ଜଣଙ୍କର ଜୀବନ ବଞ୍ଚାଇଛନ୍ତି । କଟକ ଏସ୍‌ସିବିରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ଶେଷ ହୋଇଛି । ଗୁରୁବାର ଭୋର ସମୟରେ କିଡନୀ ଦୁଇଟିକୁ ସ୍ବତନ୍ତ୍ର ବ୍ୟବସ୍ଥା ରେ ଏସ୍‌ସିବିକୁ ଅଣାଯାଇଥିଲା। ୟୁରୋଲୋଜି ବିଭାଗ ର ମୁଖ୍ୟ ପ୍ରଫେସର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି କିଡନୀ ଦୁଇଟିକୁ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିଛନ୍ତି । ଗୋଟିଏ କିଡ଼ନୀ ମୟୁରଭଞ୍ଜର ଠାକୁରମୁଣ୍ଡାର ରୀତାରାଣୀ ମହାନ୍ତଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ଆଉ ଗୋଟିଏ କିଡନୀ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି ।

ମାର୍ଚ୍ଚ ୨ ତାରିଖରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ରାଜଲକ୍ଷ୍ମୀ । ବୁଧବାର ରାଜଲକ୍ଷ୍ମୀଙ୍କ ବ୍ରେନ ଡେଡ ହୋଇଥିଲା । ପରିବାର ଲୋକେ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତା ପରେ ରାଜଲକ୍ଷ୍ମୀଙ୍କ ଦୁଇ କିଡନୀ ଏସସିବି ରେ ଚିକିତ୍ସିତ ଦୁଇ ରୋଗୀଙ୍କୁ ଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଭଳି ଅଙ୍ଗ ଦାନ କରିବାରେ ରାଜଲକ୍ଷ୍ମୀ ହେଉଛନ୍ତି ତୃତୀୟ ମହିଳା ।

ରାଜଲକ୍ଷ୍ମୀଙ୍କ ବ୍ରେନ ଡେଡ୍ ହେବା ଜଣା ପଡିବା ପରେ ପରିବାର ସଦସ୍ୟଙ୍କ ଅନୁମିତି ନେଇ ମେଡିକାଲ ପକ୍ଷରୁ ଆରମ୍ଭ ହୋଇଥିଲା କିଡନୀ ପ୍ରତିରୋପଣ ପ୍ରକ୍ରିୟା । ସେହି ଅନୁସାରେ ରାଜଲକ୍ଷ୍ମୀଙ୍କ କିଡନୀ ବାହାର କରିବା ନେଇ ଆରମ୍ଭ ହୋଇଥିଲା ଅପରେସନ । ଏହାକୁ ନେଇ  ହସ୍ପିଟାଲ ପକ୍ଷରୁ ଗଠନ କରାଯାଇଥିଲା ଏକ ସ୍ବତନ୍ତ୍ର ଅପରେସନ ଟିମ । କିଡନୀ ଅପରେସନ ସମୟରେ ଉପସ୍ଥିତ ଥିଲେ ଷ୍ଟେଟ ଅରଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅରଗାନାଇଜେସନର ସଦସ୍ୟ ।

ରାଜଲକ୍ଷ୍ମୀଙ୍କ ମୃତ ଶରୀର ତାଙ୍କ ଗ୍ରାମ ପୁରୀଜିଲ୍ଲା ଡେଲାଙ୍ଗ ପଟଣପୁରୁ କୁ ଅଣା ଯାଇଥିଲା। ଖବର ପାଇ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କର ପରିବାର କୁ ଅଙ୍ଗଦାନ ପାଈଁ ସାଧୁବାଦ ଜଣାଇଥିଲେ। ସନ୍ଧ୍ୟାରେ ରାଜଲକ୍ଷ୍ମୀଙ୍କ ଶେଷ କୃତ୍ୟ ସଂମ୍ପର୍ଣ୍ଣ ହୋଇଛି । ପ୍ରଥମେ ପ୍ରିୟଙ୍କାରାଣୀ ପାତ୍ର, ପରେ ସୁଚିତ୍ରା ଦାସଙ୍କ କଡନୀ ପ୍ରତିରୋପଣ କରାଯାଇଥିଲା । ଅଉ ଏବେ ରାଜଲକ୍ଷ୍ମୀ ଅଙ୍ଗଦାନ କରି ସମସ୍ତଙ୍କ ଉଦାହରଣ ସୃଷ୍ଟି କରିଛନ୍ତି ।