ଲକ୍ ଡାଉନ୍ ସମୟରେ ସୁବିଧାରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୟ ନ କରି ଲକ୍‌ଡାଉନ୍‌ ନିୟମ ପାଳନ କରନ୍ତୁ : ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର ମହାନଗର

#ଭୟ_ନ_କରି_ଲକ୍‌ଡାଉନ୍‌_ନିୟମ_ପାଳନ_କରନ୍ତୁ         ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରୁ ଏକକାଳୀନ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ଲକଡାଉନ୍ ନିୟମକୁ କଡାକଡି ମାନିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଏଣିକି ସାମାଜିକ ଦୂରତାର ଉଲ୍ଲଂଘନ ପ୍ରତି  ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯିବ। ସାମାଜିକ ଦୂରତାର ଉଲ୍ଲଂଘନକୁ ଅପରାଧିକ କାଯ୍ୟର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି।

ଏହି ୧୬ ଜଣ ଆକ୍ରାନ୍ତଙ୍କ  ମଧ୍ୟରୁ ୧୫ ଜଣ ବମିଖାଲ ଅଞ୍ଚଳର ହୋଇଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳ ରାଜଧାନୀର ଏକ ପ୍ରତିବନ୍ଧିତ  ଅଞ୍ଚଳ  ଏବଂ ଏହାକୁ ସିଲ କରାଯାଇଛି । ତେଣୁ ଭୟ କରିବାର କାରଣ ନାହିଁ  । ମୋର ଅନୁରୋଧ ଲକ୍‌ଡାଉନ ନିୟମକୁ ପାଳନ କରନ୍ତୁ । ନିୟମ ପାଳନ କରି ଘର ଭିତରେ ରୁହନ୍ତୁ । ନିୟମ ଉଲଂଘନକାରୀଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ।

ଏଥିସହିତ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସାମାଜିକ ଦୂରତାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ସାମାଜିକ ଦୂରତା ଉଲଂଘନ କରିବାକୁ ଅପରାଧ ଭାବେ ଗ୍ରହଣ କରାଯିବ । ଦୋକାନଗୁଡ଼ିକରେ ସାମାଜିକ ଦୂରତା ନିୟମ ପାଳନ ହେଉ ନଥିଲେ, ସଂପୃକ୍ତ ଦୋକାନ, ବଜାରକୁ ସିଲ କରାଯିବ । ତେଣୁ କରୋନା ମୁକାବିଲା ପାଇଁ ଆମକୁ ସହଯୋଗ କରନ୍ତୁ ।