ଭୁୁବନେଶ୍ୱରରୁ ଚାରି ଜଣ କରୋନା ଆକ୍ରାନ୍ତ

ଭୁୁବନେଶ୍ୱରରୁ ଚାରି ଜଣ କରୋନା ଆକ୍ରାନ୍ତ

ଓଡିଶା ମହାନଗର

#ଭୁୁବନେଶ୍ୱରରୁ_ଚାରି_କରୋନା_ଆକ୍ରାନ୍ତ            ଭୁବନେଶ୍ୱର  : ମଙ୍ଗଳବାର  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଭୁବନେଶ୍ୱରର ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ମଙ୍ଗଳବାର ଚିହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରର ଜଣେ ୨୮ ବର୍ଷୀୟ ଯୁବକ ରହିଛନ୍ତି । ସେ ହାଇଦ୍ରାବାଦରୁ ଫେରିଥିଲେ । ସେହିପରି ଡୁମଡୁମା ଅଂଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲାରୁ ଫେରିଥିଲେ । ଏହା ପୂୂର୍ବରୁ ଚନ୍ଦ୍ରଶେଖରପୁର ଅଂଚଳର ଆକ୍ରାନ୍ତ ହୋଇଥିବା ଏକ ପରିବାରର ଅନ୍ୟ ଦୁଇ ଜଣ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୩୪ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୨୬ ବର୍ଷୀୟା ମହିଳା ବୋଲି ଜଣା ପଡିଛି ।