ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟ ଡାଉନର ବ୍ୟାପକ ପ୍ରଭାବ ଅନୁଭୁତ

ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟ ଡାଉନର ବ୍ୟାପକ ପ୍ରଭାବ ଅନୁଭୁତ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱର,_କଟକ_ଓ_ଭଦ୍ରକରେ_ସଟ_ଡାଉନର_ବ୍ୟାପକ_ପ୍ରଭାବ_ଅନୁଭୁତ      ଭୁବନେଶ୍ୱର :  କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ରାତ୍ରୀ ୮ଟାରୁ ଭୁବନେଶ୍ୱର , କଟକ ଓ ଭଦ୍ରକରେ ୪୮ ଘଂଟିଆ ସଟ୍ ଡାଉନ ଆରମ୍ଭ ହୋଇଛି । ଏହି ସଟ ଡାଉନକୁ ସଫଳ କରିବା ପାଇଁ ବ୍ୟାପକ ମାତ୍ରାରେ ପୋଲିସ ବଳ ମୁତୟନ କରା ଯାଇଛି । ଏହି କାରଣରୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ସଟ ଡାଉନ କଡା କଡି ଭାବେ ପାଳନ କରା ଯାଉଛି । ସଟ ଡାଉନର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି । ଲୋକ ମାନେ ତାଙ୍କ ଘରେ ଭିତରେ ରହିଥିବା ଦେଖା ଯାଇଛି ।
ଭୁବନେଶ୍ୱରରେ ବିଏମସି ଅଧୀନରେ ଥିବା ସମସ୍ତ ଅଞ୍ଚଳ ଏବଂ ଏହା ନିକଟସ୍ଥ ଗ୍ରାମ ପଞ୍ଚାୟତରେ ସଟ୍ ଡାଉନ୍ ଲାଗୁ ହୋଇଛି । ଭୁବନେଶ୍ୱର ନିକଟବର୍ତୀ ବାସୁଆଘାଇ, ଶିଶୁପାଳଗଡ, ଲିଙ୍ଗିପୁର, ରଣସିଂହପୁର, ମଳିପଡ଼ା, ଅନ୍ଧାରୁଆ, ଯାଁଳା, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ, ଚନ୍ଦକା, ଧଉଳି, ତମାଣ୍ଡୋ, ସିଜୁଆ, ବାଳକାଟୀ ପ୍ରତାପଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀ ପ୍ରଧାନସାହି ସଟ୍ ଡାଉନ୍ ଲାଗୁ ହୋଇଛି । ଏହା ବ୍ୟତୀତ କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଂଚଳ ଏବଂ ଭଦ୍ରକ ପୌରାଞ୍ଚଳରେ ସଟ୍ ଡାଉନ୍ ଜାରୀ ରହିଛି ।
ସଟ୍ ଡାଉନ୍ ସମୟରେ କିଛି ଜରୁରୀ କାଳୀନ ସୁବିଧା ଜାରୀ ରହିଛି । ଚିକିତ୍ସାଳୟ , ପୋଲିସ୍ , ଅଗ୍ନିଶମ , ଆମ୍ବୁଲାନ୍ସ , ଟେଲିକମ୍ ସେବା , ଚିହ୍ନଟ ହୋଇଥିବା ପେଟ୍ରୋଲ ପମ୍ପ୍ , ମାଲ୍ ପରିବହନ , ଇଲେକେଟ୍ରାନିକ୍ ଗଣମାଧ୍ୟମ , କୋଭିଡ୍ -୧୯ ପାଇଁ ନିୟୋଜିତ କଲ୍ ସେଂଟର , ଜଳ ଯୋଗାଣ , ପରିମଳ , ସ୍ୱେରେଜ୍ ,ବିଦ୍ୟୁତ୍ ସରବରାହ , ଅନୁମୋଦିତ କିଛି ଔଷଧ ଦୋକାନ ଆଦି ଖୋଲା ରହିଛି ।
ଏହି ସମୟରେ ପନିପରିବା, କ୍ଷୀର, ଫଳ, ମାଛମାଂସ, ଅଣ୍ଡା ଓ ତେଜରାତି ଇତ୍ୟାଦି ଦୋକାନ ସଂପୂର୍ଣ୍ଣ ବନ୍ଦ ରହିଛି । । ପୌର କର୍ତୃପକ୍ଷ/ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମିତ ସଂଖ୍ୟାରେ ଔଷଧ ଦୋକାନଗୁଡ଼ିକ ଏହି ସଟ୍ ଡାଉନ୍ ସମୟରେ ଖୋଲା ରହିଛି ।