ଭୁବନେଶ୍ୱରରୁ ୫ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱରରୁ ୫ କରୋନା ରୋଗୀ ଚିହ୍ନଟ

ଓଡିଶା ବଡ ଖବର

#ଭୁବନେଶ୍ୱରରୁ_୫_କରୋନା_ରୋଗୀ_ଚିହ୍ନଟ                 ଭୁବନେଶ୍ୱର  :   ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଂଟାଇନରେ ଥିଲେ ଏବଂ ଆଉ ଜଣେ ସେ ଲୋକାଲ କେସ୍ । ହୋମ କ୍ୱାରେଂଟାଇନ୍ ରେ ଥିବା ୪ ଜଣଙ୍କ ମଧ୍ୟରୁ ଡୁମଡୁମା ଅଂଚଳର ଜଣେ ଏବଂ ଘାଟିକିଆ ଅଂଚଳର ଜଣେ ବ୍ୟକ୍ତି ରହିଛନ୍ତି । ସେମାନେ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି ଓଲଡ୍ ଟାଉନ୍ ର ଜଣେ ବ୍ୟକ୍ତି ଗୁଜରାତ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ପୋଖରୀପୁଟ ଅଂଚଳର ଏବଂ ତାଙ୍କ ପରିବାର ସଦସ୍ୟଙ୍କର ଦିଲ୍ଲୀ ଲିଙ୍କ୍ ରହିଛି । ଅନ୍ୟଏକ ସ୍ଥାନୀୟ ମାମଲା ଗଜପତିନଗର ଅଂଚଳର ।
ବର୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେସୁଦ୍ଧା ୩୨ଟି ସକ୍ରିୟ ମାମଲା ରହିଛି ।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଚିନ୍ତାର କାରଣ ସାଜିଛି । ଗତକାଲି ଗୋଟିଏ ଦିନରେ ଏଠାରୁ ୧୩ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ସଂକ୍ରମିତ ଥିଲେ ୬ । ସେହିପରି ଗୁରୁବାର ଦିନ ୪ ଟିମାମଲା ସାମ୍ନାକୁ ଆସିଥିବା ବେଳେ ଲୋକାଲ କେସ୍ ଥିଲା ୩ ଟି ।