ଚର୍ଚ୍ଚାକୁ ଫେରିଲା ରାଜଧାନୀ, ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଚର୍ଚ୍ଚାକୁ ଫେରିଲା ରାଜଧାନୀ, ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_ପୁଣି_୧୩_କରୋନା_ପଜିଟିଭ୍_ଚିହ୍ନଟ         ଭୁବନେଶ୍ୱର     :  ପୁଣି ରାଜଧାନୀ ଫେରିଲା ଚର୍ଚ୍ଚାକୁ । ଶୁକ୍ରବାର ଭୁବନେଶ୍ୱରରୁ ଆଉ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ  ୭ଜଣ ସଙ୍ଗରୋଧରେ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣା ପଡିଛି।

ସଂକ୍ରମିତଙ୍କ ମଧ୍ୟରେ  ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହି,  ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ସାଲିଆ ସାହି ବସ୍ତିରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି। ସେହିପରି ଅନ୍ୟ ୭ଜଣ ମଧ୍ୟରୁ ଜଣେ ପାତ୍ରପଡ଼ାରୁ(ଦିଲ୍ଲୀ ଫେରନ୍ତା), ଦୁଇଜଣ ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ(ଦିଲ୍ଲୀ ଫେରନ୍ତା), ଜଣେ ଲକ୍ଷ୍ମୀସାଗରରୁ(ଦିଲ୍ଲୀ ଫେରନ୍ତା), ଜଣେ ଟଙ୍କପାଣି ରୋଡରୁ(ଝାଡ଼ଖଣ୍ଡ ଫେରନ୍ତା), ଜଣେ ଚିନ୍ତାମଣିଶ୍ୱରରୁ (ମହାରାଷ୍ଟ୍ର ଫେରନ୍ତା) ଓ ଆଉ ଜଣେ ଓଲଡ ଟାଉନ୍‌ରୁ (ପଶ୍ଚିମବଙ୍ଗ ଫେରନ୍ତା)ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି।ଏହି ନୂତନ ୧୩ ଜଣ ଆକ୍ର‌ାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।  ନିକଟସ୍ଥ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ ସମଗ୍ର ଅଞ୍ଚଳରେ ସର୍ଭିଲାନ୍ସ ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁହାଯାଇଛି।