ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଓଡିଶା ମହାନଗର

#ଭୁବନେଶ୍ୱରରୁ_ପୁଣି_୧୩_କରୋନା_ପଜିଟିଭ୍_ଚିହ୍ନଟ           ଭୁବନେଶ୍ୱର    :  ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଦିନ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ହୋମ୍ କ୍ୱାରେଂଟାଇନରୁ ଚିହ୍ନଟ ଥିବା ବେଳେ ୫ଜଣ ଲୋକାଲ କେସ୍ ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଆଉ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ଟଙ୍କପାଣି ରୋଡ ଅଂଚଳରୁ ୫ ଜଣ ଆକ୍ରାନ୍ତହୋମ୍ କ୍ୱାରେଂଟାଇନରୁ ଚିହ୍ନଟ ହୋଇଛନ୍ତି ।
ଟଙ୍କପାଣି ରୋଡ ରାଜାରାଣୀ ମନ୍ଦିର ନିକଟରୁ ୨୪ ଓ ୩୨ ବର୍ଷୀୟ ଦୁଇଜଣ ପୁରୁଷ ଏବଂ ୨୮ ବର୍ଷୀୟ ଜଣେ ମହିଳା ଚିହ୍ନଟ ହୋଇଥିବା ବେଳେ ବିଜୟଲକ୍ଷ୍ମୀ କଲୋନୀରୁ ଜଣେ ୪୪ ବର୍ଷୀୟ ପୁରୁଷ ଓ ୩୦ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁର ନୂଆଗାଁ ଅଂଚଳରୁ ଦୁଇ ଜଣ ୩୦ ଓ ୩୨ ବର୍ଷୀୟ ପୁରୁଷ ପଜିଟିଭ୍ ବାହାରିଛନ୍ତି । ଏମାନେ ସମସ୍ତେ ପୂର୍ବରୁ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ସମ୍ପର୍କରେ
ଆସି ସଂକ୍ରମିତ ହୋଇଛନ୍ତି । ୟୁନିଟ-୧ ହାଇସ୍କୁଲ ନିକଟରୁ ଚିହ୍ନଟ ଜଣେ ୨୫ ବର୍ଷୀୟ ଯୁବକ ବାଙ୍ଗାଲୋରରୁ ଫେରି ହୋମ୍ କ୍ୱାରେଂଟାଇନ୍ ରେ ଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ୫ ଲୋକାଲ କେସ ମଧ୍ୟରୁ ଜଣେ ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷୀୟ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗି ଅଂଚଳରୁ ଜଣେ ୩୨ ବର୍ଷର ଯୁବକ ଯିଏ କି କଟକରୁ ଫେରିଥିଲେ , ସାଲିଆସାହିର ଜଣେ ୫୫ ବର୍ଷୀୟ ରେଲୱେ କର୍ମଚାରୀ ଓ ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି ଓ ଜୟଦେବବିହାର ନୀଳଚକ୍ର ନଗରର ଜଣେ ୧୮ ବର୍ଷର ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ତେବେ ଗୁରୁବାର ଭୁବନେଶ୍ୱରରୁ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବା ବେଳେ ଜଣେ ଭରତପୁର ଅଂଚଳର ବୋଲି ବିଏମସି ସୂଚନା ଦେଇଛି ।