ଭୁବନେଶ୍ୱରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱରରୁ_ଆଉ_୬_କରୋନା_ଆକ୍ରାନ୍ତ_ଚିହ୍ନଟ         ଭୁବନେଶ୍ୱର     : ଭୁବନେଶ୍ୱରରୁ ମଙ୍ଗଳବାର ଦିନ ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହୋମ୍ କ୍ୱାରେଂଟାଇନ୍ ମାମଲା ହୋଇଥିବା ବେଳେ ଅନ୍ୟ ୫ ଟି ଲୋକାଲ କଂଟାକ୍ଟ କେସ୍ । ଅପରପକ୍ଷରେ ଗୋଟିଏ ଦିନରେ ଭୁବନେଶ୍ୱରରେ ୧୧ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ ହୋମ କ୍ୱାରେଂଟାଇନ୍ ରେ ଥିବା ବ୍ୟକ୍ତିଜଣକ ରେଲୱେ କର୍ମଚାରୀ । ସେ ଦିଲ୍ଲୀରୁ ଫେରି ହୋମ କ୍ୱାରେଂଟାଇନ୍ ରେ ଥିଲେ ।

୫ ଲୋକାଲ କେସ୍ ମଧ୍ୟରୁ ୩ ଜଣ ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଂଚଳରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟା ନାବାଳିକା, ୬୦ ବର୍ଷୀୟା ବୃଦ୍ଧା ଓ ୧୫ ବର୍ଷର ଜଣେ ନାବାଳକ ଅଛନ୍ତି । ବମିଖାଲ କେନାଲ ରୋଡ଼ ଅଂଚଳର ଜଣେ ୧୩ ବର୍ଷୀୟ ନାବାଳକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଜଣେ ୩୨ ବର୍ଷୀୟ ଯୁବକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ରାଜଧାନୀରୁ ଆଜି ୧୧ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।ଏଥିସହ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିବା ବେଳେ ୧୮୫ ଜଣ ସୁସ୍ଥ ହୋଇଛନ୍ତି । ୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତମାନ ୧୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।