ଭିଜିଟରସ୍ ଙ୍କ ପାଇଁ ଲୋକସେବା ଭବନ ମନା

ଭିଜିଟରସ୍ ଙ୍କ ପାଇଁ ଲୋକସେବା ଭବନ ମନା

ଓଡିଶା ବଡ ଖବର ମହାନଗର

#ଭିଜିଟରସଙ୍କ_ପାଇଁ_ଲୋକସେବା_ଭବନ_ମନା           ଭୁବନେଶ୍ୱର  : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଆଗମନକାରୀଙ୍କ ପାଇଁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏପରି କଟକଣା ଜାରି କରିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ ସେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ।

ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ଲୋକାଲ କେସ୍ ବଢିବା ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ବଢାଇଛି । ଏପରିସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଲାକସେବା ଭବନ, ଖାରବେଳ ଭବନ , କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ପାଇଁ ଆଗନ୍ତୁକଙ୍କୁ ବାରଣ କରାଯାଇଛି ।