ଭାପୁରରେ ଲକଡାଉନ ରାସ୍ତାଘାଟ ସବୁ ବନ୍ଦ

ଭାପୁରରେ ଲକଡାଉନ ରାସ୍ତାଘାଟ ସବୁ ବନ୍ଦ

ଓଡିଶା ଜିଲ୍ଲା ନୟାଗଡ଼
  #ଭାପୁରରେ_ଲକଡାଉନ_ରାସ୍ତାଘାଟ_ସବୁ_ବନ୍ଦ        ଭାପୁର :   ( ଶ୍ରୀକାନ୍ତ କୁମାର ରାଉତ )  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ସାରା ଦେଶ ଓ ରାଜ୍ୟ ଲକଡାଉନ ହୋଇଛି । ଏହି ଲକଡାଉନକୁ ଭାପୁରରେ କଡାକଡି ଭାବେ ଲାଗୁ କରା ଯାଇଛି। ଏହାର ପ୍ରଭାବରେ ରାସ୍ତାଘାଟ ସବୁ ବନ୍ଦ ରହିଛି ।   ଭାପୁର ମୁଖ୍ୟ ରାସ୍ତା ତଥା ଭାପୁର ବଜାରର ମୁଖ୍ୟ ଛକ ଠାରେ   ଫତେଗଡ  ଥାନା ମୁଖ୍ୟ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ   ବାଇକ ଏବଂ ଗାଡି ଗୁଡିକୁ ସୁଚାରୁ ରୁପେ ଯାଞ୍ଚ କରାଯାଇ ଜରୁରୀକାଳୀନ ପରିସ୍ଥିତି ରେ ଯାଉଥିବା ବ୍ୟକ୍ତି ମାନଙ୍କୁ ଛଡା ଯାଉଥିଲା ।
ଫତେଗଡ ଥାନା ତରଫରୁ ଭାପୁର ବଜାର ର ପ୍ରମୁଖ ଛକ ଓ ପ୍ରବେଶ ଦ୍ୱାର ରେ ଦିନତମାମ ଶନିବାର ବାର ଦିନ ପୋଲିସ  ପାଇଁତରା ମାରୁଥିବା ଦେଖିବାକୁ ମିଳିଥିଲା l ଫତେଗଡ ଅଞ୍ଚଳର କେତେକ ସ୍ଥାନରେ ଦୋକାନ ବଜାର ଖୋଲା ରହିଥିବା ଓ ଜନ ଗହଳି ଲାଗିଥିବା  ସୂଚନା ମିଳିବା ପରେ ଆଇଆଇସି ଶ୍ରୀ ପଟନାୟକ ସେହି ସ୍ଥାନ କୁ ଗସ୍ତ କରି  ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ କରିବା ସହ କରୋନା ଭୁତlନୁ ର ଭୟାବହତl  ସମ୍ପର୍କ ରେ ଜନ ଜସାଧାରନଣଙ୍କୁ ଅବଗତ କରାଇଥିଲେ l