ଭାଙ୍ଗିବାର ବର୍ଷେ ପରେ ବି ନିର୍ମାଣ ହେଉନି ବ୍ରିଜ୍‌

ଭାଙ୍ଗିବାର ବର୍ଷେ ପରେ ବି ନିର୍ମାଣ ହେଉନି ବ୍ରିଜ୍‌

ଓଡିଶା ଜିଲ୍ଲା ପୁରୀ

#ଭାଙ୍ଗିବାର_ବର୍ଷେ_ପରେ_ବି-ନିର୍ମାଣ-ହେଉନି_ବ୍ରିଜ୍‌       ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ଗ୍ରାମ ପଂଚାୟତ ମୁଖ୍ୟରାସ୍ତାକୁ ଅତିକ୍ରମ କରୁଥିବା ଡେଲାଙ୍ଗ ଶାଖା କେନାଲ ଉପରେ ନିର୍ମିତ ବ୍ରିଜ୍ ଟି ଭାଙ୍ଗିବା ପ୍ରାୟ ଏକ ବର୍ଷ ବିତିଯାଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ନିର୍ମାଣ କାର୍ଯ୍ୟ ନକରିବା ନେଇ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଆନ୍ଦୋଳନର ରୁପ ନେଇଛି ।ଏହି ବ୍ରିଜ୍ ଉପରେ ପ୍ରାୟ ୧୦ ଗୋଟି ଗ୍ରାମ ଚଳପ୍ରଚଳ ପାଇଁ ନିର୍ଭର କରୁଥିବା ବେଳେ ଏବେ ଯାତାୟତ ପୁରା ଠପ ହୋଇଯାଇଛି ।ଜିଲ୍ଲା ପ୍ରଶାସନକୁ ଏନେଇ ଅବଗତ କରାଯାଇଥିଲେ ସୁଧା ବିଭାଗିୟ କନିଷ୍ଠ ଯନ୍ତ୍ରୀ,ସହକାରୀଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ବିପଦ ସକୁଳ ଅବସ୍ଥା ଦର୍ଶାଇ ବ୍ରିଜ୍‌ର ଉଭୟ ପାର୍ଶ୍ୟ କଂକ୍ରିଟ କାନ୍ଥ ନିର୍ମାଣ କରି ଯୋଗାଯୋଗ ବନ୍ଦ ରଖି ଚୁପ ବସିଛନ୍ତି ।ଗତ ଜାନୁଆରୀ ମାସରେ ବ୍ରିଜ୍ ନିର୍ମାଣ ସମ୍ପର୍କରେ ସହକାରୀଯନ୍ତ୍ରୀଙ୍କୁ ପଚାରିବାରେ ନିର୍ମାଣ କାର୍ଯ୍ୟପାଇଁ ୨୦ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାଇଥିଲେ । ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ୪ମାସ ବିତିଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ଜିଲ୍ଲାପାଳ ପୁରୀଙ୍କୁ ଟୁଇଟର ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଯାଇଥିଲା ।ଏସବୁ ସତ୍ୱ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ବହନ କରୁନଥିବାରୁ କେନାଲରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ନହେବା ଜଣାପଡିବା ନେଇ ଜନ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ବ୍ରିଜ୍ ନିର୍ମାଣ କାର୍ଯ୍ୟ ନହେଲେ ଜନ ଅନ୍ଦୋଳନ ହେବ ବୋଲି ଜଣାପଡିଛି ।

Attachments area