ଭଡାଟିଆ ଙ୍କୁ ମିଳୁନି ଚାଉଳ

ଭଡାଟିଆ ଙ୍କୁ ମିଳୁନି ଚାଉଳ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଭଡାଟିଆଙ୍କୁ_ମିଳୁନି_ଚାଉଳ                କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳ ମାଧପୁର ଠାରେ ଭଡା ନେଇ ରହିଥିବା ଲୋକମାନଙ୍କୁ କୈାଣସି ସହାୟତା ମିଳୁ ନଥିବାରୁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସି ସେଠାରେ ରହି ମୁଲ ମଜୁରୀ କରୁଥିବା ଏହି ବ୍ୟକ୍ତିମାନେ କଟକଣା ପାଇଁ ଘରୁ ବାହାରି ପାରୁ ନାହାନ୍ତି । ଯାହା ଫଳରେ ଏହି ବ୍ୟକ୍ତି ମାନଙ୍କର ପରିବାର ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ପରିବାର ର ମହିଳା ମାମୁନୀ ସିଂ, କବି କୁମାର ସିଂ, ସତ୍ୟବତୀ ସାହୁ, ପ୍ରବାବତୀ ସୁତାର, ରଞ୍ଜିତା ସିଂ, ପୁଷ୍ପାଞ୍ଜଳି ସିଂ, ରସ୍ମିତା ଦାସ, ଦୀନାପାଣି ସାହୁ ପ୍ରମୁଖ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତଙ୍କଲୁ ଭେଟି ସହାୟତା ପାଇଁ ନିବେଦନ କରିଛନ୍ତି ।