ବ୍ରହ୍ମପୁର ଟ୍ରାଫିକ ଥାନା ଦ୍ୱାରା ରକ୍ତଦାନ ଶିବିର

ବ୍ରହ୍ମପୁର ଟ୍ରାଫିକ ଥାନା ଦ୍ୱାରା ରକ୍ତଦାନ ଶିବିର

ଓଡିଶା ଗଞ୍ଜାମ ଜିଲ୍ଲା

#ବ୍ରହ୍ମପୁର_ଟ୍ରାଫିକ_ଥାନା_ଦ୍ୱାରା_ରକ୍ତଦାନ_ଶିବିର            ବ୍ରହ୍ମପୁର  : କରୋନାକୁ ନେଇ ଲକ୍‌ଡ଼ାଉନ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟ୍ରାଫିକ ଥାନାରେ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ରକ୍ତ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ବସ ୟୁନିଅନ ସମ୍ପାଦକ ସନ୍ତୋଷ ପତି, ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଶ୍ରୀନିବାସ ପାତ୍ର, ଉପ ସଭାପତି ଜୁବୁଲl ସାମନ୍ତରାୟ, କୋଷାଦକ୍ଷ ଅନୀଲ ପାତ୍ର, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡା  ସମେତ  ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।ଏଥିସହ ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ସାର୍ଥକ ରାୟ ଯୋଗଦେଇ ରକ୍ତ ଦେବାସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ମୋଟ 32 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବସ ମାଲିକ ରମେଶ ଚନ୍ଦ୍ର ପାତ୍ର, ଓ ବସ କର୍ମଚାରୀ ମାନେ ଯୋଗଦେଇ ରକ୍ତଦାନ କରିଥିଲେ ।