ବେଆଇନ ଇଟାଭାଟି ମାଫିଆଙ୍କ ଆତଙ୍କରେ ଗ୍ରାମବାସୀ ଅତିଷ୍ଠ

ବେଆଇନ ଇଟାଭାଟି ମାଫିଆଙ୍କ ଆତଙ୍କରେ ଗ୍ରାମବାସୀ ଅତିଷ୍ଠ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ବେଆଇନ_ଇଟାଭାଟି_ମାଫିଆଙ୍କ_ଆତଙ୍କରେ_ଗ୍ରାମବାସୀ_ଅତିଷ୍ଠ      କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ପଣସଗଣ୍ଡ ପଂଚାୟତ ଅଧିନ ରାମଚନ୍ଦ୍ରପୁର ପଟଣା ଗ୍ରାମରେ ଇଟାଭାଟି ମାଫିଆଙ୍କ ପାଇଁ ଗ୍ରାମବାସୀ ମାନେ ପରିବେଶ ପ୍ରଦୂଷଣ ଓ ଇଟାଭାଟି ଧୂଆଁରେ ଅତିଷ୍ଠ ହେଉଛନ୍ତି । ବେଆଇନ ଭାବେ ଇଟାଭାଟି କରି ଗୋଚର ଓ ସ୍କୁଲ ପଡିଆରୁ ମାଟି ଉଠାଇ ନେଉଥିବା ଏହି ଦୁର୍ବୁତଙ୍କ ଧମକରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ବୁଧବାର ଗ୍ରାମର ଶତାଧିକ ବ୍ୟକ୍ତି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ତୁରନ୍ତ
ପ୍ରତିକାର ଲୋଡିଛନ୍ତି । ଅଭିଯୋଗ ମୁତାବକ ରାମଚନ୍ଦ୍ରପୁର ପଟଣା ଗ୍ରାମରେ ଗୋଚାରଣ ପାଇଁ ଥିବା ଜମିକୁ ଇଟା ମାଫିଆ ମାନେ କବଜା କରି ବହୁ ପରିମାଣର ଇଟାଭାଟି କରିଛନ୍ତି । ଏପରିକି ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରର ପଡିଆ ଜମିକୁ ତାଡି ପକାଇବା ଫଳରେ ତାହା ପିଲାଙ୍କ ଖେଳିବା ପାଇଁ ଅନୁପଯୁକ୍ତ ହୋଇ ଯାଇଛି । ଇଟା ମାଫିଆ ମାନେ ବେଅଇନ ବିଦ୍ୟୁତ୍ ସଂଯୋଗ ନେଇ ଖୋଲା ଇଟାଭାଟି କରି ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରୁଛନ୍ତି । ଏନେଇ ଗ୍ରାମବାସୀ ମାନଙ୍କ ପକ୍ଷରୁ ପ୍ରତିବାଦ କରିବାରୁ ସେମାନଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଖୋଲା ଇଟାଭାଟି କରିବାକୁ ନିଷେଧ କରା ଯାଇଥିବା ବେଳେ ମାଫିଆ ମାନେ ବ୍ଲକ ଓ ତହସିଲ କର୍ମଚାରୀ ମାନଙ୍କ ସଲାସୁତୁରା ରେ କରି ଚାଲିଛନ୍ତି । ଗ୍ରାମର ସୁଜିତ କୁମାର ଦାସ, ବିକ୍ରମ କେଶରୀ ବେହେରା, ସୁଧିର କୁମାର ଦାସ, ଅଣାକାର ବେହେରା, ସୁବ୍ରତ କୁମାର ବେହେରା, ବିଶ୍ୱ ରଞ୍ଜନ ଦାସ ପ୍ରମୁଖ ଦାବି କରିଛନ୍ତି ।