ବୃଦ୍ଧାଶ୍ରମରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୃଦ୍ଧାଶ୍ରମରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡିଶା ଗଞ୍ଜାମ ଜିଲ୍ଲା
#ବୃଦ୍ଧାଶ୍ରମରେ_ଅସହାୟଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ    ରମ୍ଭା  :  କରୋନା   ବିଶ୍ୱ ସମୁଦାୟକୁ ଆତଙ୍କିତ କରିଥିବା ବେଳେ ଭାରତ ରେ ୨୧ ଦିନିଆ ଲକ ଡାଉନ ଘୋଷଣା କରାଯାଇଛି। ଫଳରେ ନିଃସହାୟ ଅବସ୍ଥାରେ ରହୁଥିବା ଲୋକେ ଖାଦ୍ୟାଭାବ ରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
   ଏପରି ସ୍ଥଳେ ଖଲ୍ଲିକୋଟ ବ୍ଲକ ର ଗୋଲା ଗଣ୍ଡାପଲ୍ଲୀ ଗ୍ରାମରେ ରହିଥିବା ଦେବିକୃପା ତୃପ୍ତି ଡ୍ରିଂକ୍ସର ପ୍ରୋପାଇଟର ଗୌରୀ ଶଙ୍କର ପାତ୍ର ନିଃସହାୟ ମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଖଲ୍ଲିକୋଟ ସହରରେ ରହିଥିବା ବୃଦ୍ଧାଶ୍ରମରେ ପହଞ୍ଚି ଆଶ୍ରମରେ ରହୁଥିବା ୧୫ ଜଣ ନିଃସହାୟ ବୃଦ୍ଧ ଓ ବୃଦ୍ଧା ଏବଂ ସହରରେ ଭିକ୍ଷା ବୃତ୍ତି କରି  କାଳ ତିପାତ କରୁଥିବା୧୦ ଦୁଃଖି,ରଙ୍କି ଏପରିକି ୨୫ ଜଣ ନିଃସହାୟ  ମାନଙ୍କୁ ସେଓ,କମଳା,ବିସ୍କୁଟ ଓ ପାଣି ବୋତଲ  ପ୍ରଦାନ କରିଥିଲେ।ଏହି ଅବସରରେ ସ୍ଥାନୀୟ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ବୃଦ୍ଧାଶ୍ରମରେ ରହୁଥିବା ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଲକଡାଉନ ନିୟମ ପାଳନ ସମ୍ପର୍କରେ ସୁଚନା ଦେଇଥିଲେ।
       ସାଉଥ କୋ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ପ୍ରଧାନ,ଡ଼ଃ ଅବଦୁଲ କାଲାମ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଉକ୍ତ ମହତ କାର୍ଯ୍ୟକୁ ପରିଚାଳନା କରିଥିଲେ।