ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ଆଣିବା ଘଟଣାରେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ଆଣିବା ଘଟଣାରେ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଓଡିଶା ଜିଲ୍ଲା ନୂଆପଡ଼ା ବଡ ଖବର

#ବୃଦ୍ଧାଙ୍କୁ_ଖଟିଆରେ_ଘୋଷାଡି_ଘୋଷାଡି_ଆଣିବା         ନୂଆପଡା :   ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବର ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ବ୍ରାଞ୍ଚ ମ୍ୟାନେଜର  ଅଜିତ୍ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଧାନ କହିଥିଲେ । ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଈ(୬୦ ବର୍ଷ) ମା’ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କକୁ ନେବା ଘଟଣା ଦୃଷ୍ଟିକୁ ଆସିଥିଲା । ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ବରଗାଁ ବ୍ରାଂଚର ମ୍ୟାନେଜର ଶ୍ରୀ ଅଜିତ ପଧାନଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।