ବିଦ୍ୟୁତ୍ ତାର ଲାଗି ବସରେ ଅଗ୍ନିକାଣ୍ଡ : ୧୦ ମୃତ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ରାଜ୍ୟ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି। ୩୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ, ଦମକଳ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସୂଚନା ଅନୁସାରେ, ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ୪୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ଘରୋଇ ବସ (ସିଲକି ସିଟି) ବ୍ରହ୍ମପୁର ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ଚିକରଡାକୁ ଯାଉଥିଲା। ବସରେ ତେଲୁଗୁ ସମ୍ପ୍ରଦାୟର ଲୋକେ ଥିଲେ। ମେଣ୍ଡରାଜପୁର ନିକଟରେ ଗାଁ ରାସ୍ତାରେ ଯାଉଥିବା ବେଳେ ବସଟି ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବସଟି ହଠାତ ଜଳି ଉଠିଥିଲା। ଗାଡିରେ ଥିବା ଲୋକେ ଜୀବନ ବିକଳରେ ଚିତ୍କାର କରିବା ସହ ବାହରକୁ ବାହାରିବାକୁ ଚେଷ୍ଟା କରିଥିଲେ ।

ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଏହା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହେଲେ ବସଟି ବିଦ୍ୟୁତ ସଂଯୋଗ ଥିବାରୁ କେହି ସହଜରେ ବାହାରି ପାରିନଥିଲେ। ଏପରିକି ବସ ଭିତରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ବିଦ୍ୟୁତ ସଂଯୋଗ କାଟିବା ସହ ବସରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଖବରପାଇ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପହଂଚି ଉଦ୍ଧାର କାଯ୍ୟରେ ସହଯୋଗ କରିଥିଲା। ୧୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ, ୫ରୁ ଅଧିକ ଦମକଳ ଓ ୧୦ରୁ ଅଧିକ ପୁଲିସ ଗାଡି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ତେବେ ଗାଡିରେ ଥିବା ସମସ୍ତ ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଓ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ବିଦ୍ୟୁତ ତାର ଏତେ ପାଖରେ କିପରି ଯାଇଥିବା ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନେ ହେଲେ ବି ରାମେୟା, ବି ଆଚୁଲୁ, ସି ଏଚ୍ କାମରାଜୁ, ବି ତାରଣେୟା, କେ ସଞ୍ଜୁ, ବି ମୋହିନୀ, ବି କାନକାଆମ୍ମା, ସନ୍ତୋଷୀ ସାହୁ ଏବଂ ବି ତାରିଣୀ ।୨୦ ରୁ ଅଧିକ ବ୍ରହ୍ମପୁର ଓ କେଲୁଆପଲ୍ଲୀ ଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ମୃତକମାନେ ହେଲେ

୧) ବି. ଇରମ୍ମା ରେଡ୍ଡୀ (୩୮), ସ୍ୱାମୀ: ଚେନ୍ନୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୨) ବି. ଅଚିମ୍ମା (୬୫), ସ୍ୱାମୀ: ଗୁଡିଆ, ଗ୍ରାମ: ଡଙ୍କଲପାଡୁ
୩) କେ. ସନ୍ଧ୍ୟା (୩୫), ସ୍ୱାମୀ: ପପ୍ପେୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୪) କାମରାଜୁ ରେଡ୍ଡୀ (୬୫), ପିତା: ସ୍ୱର୍ଗତ ପୁରୁଷୋତ୍ତମ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୫) ବି ମୋହିନୀ (୪୦), ସ୍ୱାମୀ: ନୀଳକଣ୍ଠ, ଗ୍ରାମ: ଡଙ୍କଲପାଡୁ
୬) ବି ରମେୟା (୫୫), ପିତା: ସ୍ୱର୍ଗତ ବି ପଟାରି, ଗ୍ରାମ: ଡଙ୍କଲପାଡୁ
୭) ତୁଲାସାମା (୩୭), ସ୍ୱାମୀ: ଗୋପାଳ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୮) ସନ୍ତୋଷିନୀ ସାହୁ (୧୫), ପିତା: ଗୋପାଳ ସାହୁ, ଗ୍ରାମ: ଡଙ୍କଲପାଡୁ
୯) ତରଣ୍ୟା ରେଡ୍ଡୀ (୫୭), ସ୍ୱାମୀ: ସ୍ୱର୍ଗତ ବି ସନାଫକୀର ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୧୦) ୟୁ ଦେବରାଜ (୧୧)

ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଏହା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଟ୍ଵିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ୧୧ କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିବା କାରଣରୁ ଅନେକ ଯାତ୍ରୀ ମୃତାହତ ହେବା ଖବର ଶୁଣି ମୁଁ ଦୁଃଖିତ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମମାନର ଚିକିତ୍ସା ଯୋଗାଇଦେବେ ବୋଲି ମୋର ଆଶା।ଏହା ସହ କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। ଭବିଷ୍ୟତରେ ଯେପରି ଏହିପରି ଘଟଣା ନ ଘଟେ ସେଥିପାଇଁ ସଜାଗ ରହିବା ଜରୁରୀ ବୋଲି କହିଛନ୍ତି।

ତେବେ ଘଟଣାର ଗମ୍ଭୀରତକୁ ଦୃଷ୍ଟିରେ ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ତଦନ୍ତ ପାଇଁ ନିର୍ଦେଶ ସେଇଛନ୍ତି। ଏହି ଅଘଟଣ ପାଇଁ ସେ  ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି।