ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ ,ପ୍ରଥମରୁ ୮ମ ଶ୍ରେଣୀ ସବୁ ପିଲା ପାସ୍

ବିଜ୍ଞପ୍ତି ଜାରି କଲା ଗଣଶିକ୍ଷା ବିଭାଗ ,ପ୍ରଥମରୁ ୮ମ ଶ୍ରେଣୀ ସବୁ ପିଲା ପାସ୍

ଓଡିଶା ବଡ ଖବର

#ପ୍ରଥମରୁ_୮ମ_ଶ୍ରେଣୀ_ସବୁ_ପିଲା_ପାସ୍          ଭୁବନେଶ୍ୱର : କରୋନା କଟକଣା ପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍ ହେବେ । ସେହିପରି ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କୁ ସର୍ତମୂଳକ ପାସ୍ କରିବାକୁ ନିଷ୍ପତି ନେଇଛି ବିଭାଗ । ଯେଉଁ ବିଷୟରେ ବାର୍ଷିକ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
କୋଭିଡ୍-୧୯ ପରିସ୍ଥିତିରେ ଲକ୍ ଡାଉନ୍ ଯୋଗୁଁ ୨୦୧୯-୨୦ ବର୍ଷର ପରୀକ୍ଷା ଅନୁଷ୍ଠିତ ହେବା ଓ ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉତ୍ସୁକତା ରହିଥିବା   ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୩ଟି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ଓଡିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୦୧୯-୨୦ ଶିକ୍ଷା ବର୍ଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରବର୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରାଯାଇଛି । ସେହିପରି ଯେଉଁ ବିଦ୍ୟାଳୟଗୁଡିକରେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶେଷ ହୋଇସାରିଛି, ସେ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ । କିନ୍ତୁ ଯେଉଁ କ୍ଷେତ୍ରରେ ଛାତ୍ର ବା ଛାତ୍ରୀ ଜଣକ ଯଦି କୋ÷÷ଣସି ଯଥାଯଥ କାରଣବଶତଃ ଷାଣ୍ମାସିକ ପରୀକ୍ଷା ଦେଇପାରିନାହାଁନ୍ତି, ସେ କ୍ଷେତ୍ରରେ ସେମାନେ ସେହି ବର୍ଷରେ ପୂର୍ବରୁ ଦେଇଥିବା ୟୁନିଟ୍ ଟେଷ୍ଟ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇ ୧୦ମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ ।
ସେହିପରି ବିଭାଗ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ବା ୟୁନିଟ୍ ଟେଷ୍ଟର ନମ୍ବରକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ଯଦି କୋ÷÷ଣସି କାରଣରୁ ଛାତ୍ର ବା ଛାତ୍ରୀ ଷାଣ୍ମାଷିକ ବା କୋ÷÷ଣସି ଗୋଟିଏ ବି ୟୁନିଟ୍ ପରୀକ୍ଷା ସେହି ବର୍ଷ ମଧ୍ୟରେ ଦେଇପାରିନାହାଁନ୍ତି, ସେ କ୍ଷେତ୍ରରେ ତେବେ ବିଦ୍ୟାଳୟ ଖୋଲିଲେ ସେମାନେ ଦ୍ୱାଦଶ ଶ୍ରେଣୀ ଉତୀର୍ଣ୍ଣ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ସରକାର ଏହି ମର୍ମରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।