ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

ଓଡିଶା ମହାନଗର

#ବିଜେଡିର_ନୂଆ_୩୬_ସାଧାରଣ_ସମ୍ପାଦକ      ଭୁୁବନେଶ୍ୱର  :  ବିଜେଡିରେ ୩୬ ଜଣ ସାଧାରଣ ସଂପାଦକ ନିଯୁକ୍ତି ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେହି ୩୬ ଜଣଙ୍କୁ ସାଧାରଣ ସଂପାଦକଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି ।
ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ର ସାରଥୀ ବେହେରା , ଗୀତାଂଜଳୀ ସେଠୀଙ୍କୁ ଅନୂସୂଚିତ ଜାତି ସଶକ୍ତିକରଣ ,ବିଶ୍ୱଜିତ ମହାନ୍ତି , ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡିଶା, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇ ଁଙ୍କୁ ସମାଜ କଲ୍ୟାଣ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅନୂସୂଚିତ ଜାତି ସଶକ୍ତିକରଣ ,ଜଗନ୍ନାଥ ସାରକାଙ୍କୁ ଜନଜାତି କଲ୍ୟାଣ ଓ ସଂଖ୍ୟାଲଘୁ ବ୍ୟାପାର , ଆୟୁବ ଖାନ୍ ଙ୍କୁ ସଂଖ୍ୟାଲଘୁ ବ୍ୟାପାର,ଦେବେଶ ଆଚାର୍ଯ୍ୟଙ୍କୁ ଓଡିଶା ମୋ ପରିବାର, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ କଲ୍ୟାଣ,ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡିଶା, ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ଜନ୍ମେଜୟ ଲେଙ୍କା, ପ୍ରିୟଦର୍ଶୀ ମିଶ୍ର, ସତ୍ୟବ୍ରତ ଜେନା ଓ ସତ୍ୟବ୍ରତ ପାତ୍ର୍ରଙ୍କୁ କଳା , ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ଦିଆଯାଇଛି ।
ସେହିପରି ଧ୍ରୁବ ଚରଣ ସାହୁଙ୍କୁ ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ଡ. ରାସେଶ୍ୱରୀ ପାଣିଗ୍ରାହୀ. ପ୍ରଫୁଲ୍ଲ ସିଂହ ଓ ବିଜୟ ନାୟକଙ୍କୁ ଆଂଚଳିକ ବିକାଶ , ରାଜୀବ ଲୋଚନ ପାତ୍ରଙ୍କୁ ସାମାଜିକ ବିକାଶ ,ସୁଧୀର କୁମାର ସାମଲ,ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡିଶା ମୋ ପରିବାର, ଦେବାଶିଷ ମାରାଣ୍ଡି , ଯୋଗେଶ ସିଂହ ଓ ବାସନ୍ତୀ ହେମ୍ବ୍ରମ୍ ଙ୍କୁ ଜନଜାତି କଲ୍ୟାଣ ଓ ସଂଖ୍ୟାଲଘୁ ବ୍ୟାପାର , ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ ଓ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ ମହିଳା ସଶକ୍ତିକରଣ , ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ , ପ୍ରମୋଦ କିଶୋର ଜେନାଙ୍କୁ ପରିବେଶ ଏବଂ ଶ୍ୟାମା ପ୍ରସାଦ ବେହେରାଙ୍କୁ ଆଂଚଳିକ ବିକାଶ ଦାୟିତ୍ୱ ଦିଆଯାଇଛି ।