#ବିଜୁବାବୁଙ୍କ_ସାହସିକତାର_ସ୍ମୃତି_ଚାରଣ_କଲେ_ପ୍ରଧାନମନ୍ତ୍ରୀ ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଟ୍ଵିଟ କରି ମୋଦୀ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଶା ଓ ଭାରତର ବିକାଶ ଲାଗି ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି ।
ନିଜର ଏହି ଟ୍ଵିଟରେ ସେ ବିଜୁବାବୁଙ୍କ ଅସାଧାରଣ ସାହସର ସ୍ମୃତିଚାରଣ କରିବା ସହ ୧୯୪୫ରେ ତତକାଳୀନ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ଗୁଇନ୍ଦା ବ୍ୟୁରୋର ଏକ ଗୁପ୍ତ ରିପୋର୍ଟକୁ ନିଜ ଟ୍ଵିଟ ସହ ସଂଲଗ୍ନ କରିଛନ୍ତି ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେତେବେଳେ ପୂର୍ବଭାରତରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ହୋଇଥିବା ଦୃଷ୍ଟିରୁ ବିଜୁ ପଟ୍ଟନାୟକଙ୍କୁ ବ୍ରିଟିଶ ସରକାର ବିପଦ ମନେକରୁଥିଲେ । ଏହା ସତ୍ତ୍ୱେ ସେମାନେ ବିଜୁବାବୁଙ୍କୁ ଅଧିକ ସମୟ ନିଲମ୍ବିତ ରଖିବାକୁ ଚାହୁଁ ନଥିଲେ କାରଣ ଏହା ଦ୍ୱାରା ତତକାଳୀନ ଟାଟା ଏୟାରଲାଇନ୍ସ (ବର୍ତ୍ତମାନର ଏୟାରଇଣ୍ଡିଆ) ତାଙ୍କୁ ନିଜ କମ୍ପାନିକୁ ନେଇଯିବାର ଆଶଙ୍କା ଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି ।