ବିଏମସିର ନୂମ ମାର୍ଗଦର୍ଶିକା , ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ

ବିଏମସିର ନୂଆ ମାର୍ଗଦର୍ଶିକା , ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ

ଓଡିଶା ବଡ ଖବର ମହାନଗର

#ରାଜଧାନୀରେ_ଖୋଲିବ_ସେଲୁନ_ଓ_ଜଳଖିଆ_ଦୋକାନ     ଭୁବନେଶ୍ବର :  ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ । ଭୁନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  ।

ଏଥିରେ ବିମାନସେବା ଉପରେ ସମ୍ପୂର୍ଣ୍ଣ ରୂପେ କଟକଣା ବଳବତ୍ତର ରହିଥିବା ବେଳେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଅନଲାଇନ ପାଠପଢ଼ା ଚାଲୁ ରହିବ ।ସେହିପରି ସିନେମା, ସପିଂମଲ, ଜିମ, ଅଡିଟୋରିୟମ, ସୁଇମିଂପୁଲ, ଗେମ ପାର୍ଲର, ମନୋରଂଜନ ପାର୍କ, ସଭାଗୃହ ଆଦି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ, ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ ।  ସେଲୁନ, ପାର୍ଲର ଓ ସ୍ପା ଖୋଲିବ କିନ୍ତୁ ମାସ୍କ ଓ ଗ୍ଲୋଭସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ରାସ୍ତାକଡ ଜଲଖିଆ ଦୋକାନ ଖୋଲିବ, ହେଲେ ସେଠାରେ ଖାଇପାରିବେ ନାହିଁ । ଲୋକେ ଖାଦ୍ୟ ପୁଡିଆ ଘରକୁ ନେଇପାରିବେ। କ୍ରୀଡ଼ା ପରିସର ଖୋଲିବ। ଖେଳାଳି ଭିତରକୁ ପ୍ରବେଶ କରି ପାରିବେ କିନ୍ତୁ ଦର୍ଶକମାନେ ଯାଇପାରିବେ ନାହିଁ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ନାହିଁ । ବସଷ୍ଟାଣ୍ଡ ଓ ରେଳଷ୍ଟେସନରେ କ୍ୟାଣ୍ଟିନ ଖୋଲାଯାଇପାରିବ ନାହିଁ । ହୋଟେଲ, ରେସ୍ତୋରାଁ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ପାଇଁ କୌଣସି ଅସୁବିଧା ନାହିଁ । ହୋଟେଲ, ଲଜ, ଅତିଥି ଭବନ ଓ ଅନ୍ୟ ହସ୍ପିଟାଲିଟି ସେବା ଯୋଗାଉଥିବା ସ୍ଥାନ ଚାଲୁ ରହିବ  । ମଲ୍ଟି ଷ୍ଟୋରେଡ ସପ୍ପିଂମଲରେ ଗ୍ରୋସରୀ, ପନିପରିବା, ମେଡିସିନ ଦୋକାନ ଖୋଲିପାରିବ କିନ୍ତୁ ଅନ୍ୟ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବ ନାହିଁ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଦୋକାନର ମାଲିକ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଦାୟୀ ହେବେ । ସମସ୍ତ ଦୋକାନ ଅଥବା ବ୍ୟଣିଜ୍ୟିକ ପ୍ରତିଷ୍ଠାନରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଫ୍ଲୁ ଲକ୍ଷଣ ଥିଲେ କୌଣସି ବ୍ୟକ୍ତି କୌଣସି ଦୋକାନ ବା ବାଣିଜ୍ୟିକ ପ୍ରତିଷ୍ଠାନକୁ ଯାଇପାରିବେ ନାହିଁ । ବିଏମ୍ସିର ପୂର୍ବ ଆଦେଶ ଅନୁସାରେ ଭୁବନେଶ୍ୱରରେ ପରିବା ଓ ଗ୍ରୋସରୀ ଦୋକାନ ଖୋଲିପାରିବ । ସେହିପରି ବାରିକ ଦୋକାନ, ସାଲୁନ, ବିଉଟି ପାର୍ଲରରେ କର୍ମୀ ସଠିକ ପିପିଇ ଯଥା ମାସ୍କ, ହାତ ଗ୍ଲୋଭସ ଆଦି ବ୍ୟବହାର କରିବେ। ଔଷଧ ଦୋକାନକୁ ଛାଡି ସମସ୍ତ ଦୋକାନଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲିପାରିବ ।