ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ବାହାର_ରାଜ୍ୟ_ଫେରନ୍ତାଙ୍କ_ପାଇଁ_ଜିଲ୍ଲା_ପ୍ରଶାସନର_ପ୍ରସ୍ତୁତି        କେନ୍ଦ୍ରାପଡା  : ମଇ ୩ ତାରିଖରେ କରୋନା ଭୂତାଣୁ ସଂକ୍ରମଣ ଜନିତ କଟକଣାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଜିଲ୍ଲାର ଲକ୍ଷାଧିକ ପ୍ରବାସୀ କେନ୍ଦ୍ରାପଡା ବାସିନ୍ଦା ୩ ତାରିଖ ପରେ ନିଜ ନିଜ ଗାଁକୁ ଫେରିବା ପାଇଁ ପଂଚାୟତ ସ୍ତରରେ ନାମ ପଞ୍ଜିକରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇଯାଇଛି । ଅନ୍ୟ ଜିଲ୍ଲାରେ ଥିବା ଓ ଅନ୍ୟ ପ୍ରଦେଶରେ ଥିବା କେନ୍ଦ୍ରାପଡାର ଲୋକମାନେ ବିଶେଷ କରି ଶ୍ରମିକ ମାନେ ଗାଁକୁ ଫେରି ଅସିବେ । ଏହି ବ୍ୟକ୍ତି ମାନଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳୀନ ଭିତିରେ ସେମାନଙ୍କର ରହିବା , ଖାଇବା, ଶୋଚାଳୟ ଓ ଚିକିତ୍ସା ଆଦି ବ୍ୟବସ୍ଥା କରିଥିବା ଜଣାପଡିଛି । ଜିଲ୍ଲାର ୨୪୯ଟି ପଂଚାୟତରେ ୨୮୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ସେଥିରେ ୧୪,୬୦୦ ଶଯ୍ୟା ପ୍ରସ୍ତୁତ
ରଖାଯାଇଛି ।

ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଂଚଳର ୧୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୦୯ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି ।
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ୩୦୦, ଜଝାଙ୍ଗ ସ୍ଥିତ ଅଦର୍ଶ ବିଦ୍ୟାଳୟରେ ୧୬୦ଟି, ଛତା ପଲ୍ଲିଟେକନିକ ରେ ୧୫୦ ଟି, ପଟ୍ଟାମୁଣ୍ଡାଇ ଓବିସି ଛାତ୍ରାବାସ ରେ ୧୫୦, କେନ୍ଦ୍ରାପଡା ସାଂନ୍ଧ୍ୟ ମହା ବିଦ୍ୟାଳୟରେ ୧୩୦ ପୃଥକୀ କରଣ ଶଯ୍ୟା ପ୍ରସ୍ତୁତ କରାଯାଇ ଥିବା ବେଳେ ଛତା ପଲ୍ଲିଟେକନିକ ରେ ୧୦ ଅଇସିୟୁ ବେଡ ସହ ୧୧୦ଟି ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ସ୍ଥାପନ କରାଯାଇଛି । ମଇ ୩ ତାରିଖ ପରେ ଲକ ଡାଉନ କଟକଣା କୋହଳ ହେବାର ସମ୍ଭାବନା ଥିବାରୁ ଭବିଷ୍ୟତର ଆଶଙ୍କାକୁ ଅଖି ଅଗରେ ରଖି ପ୍ରଶାସନର ସମସ୍ତ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି ।